August 27, 2026

ଅନୁଗୋଳରେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳରେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ

IMG-20260826-WA0038
Share

 

ବଅଁରପାଳ: ବଅଁରପାଳ ଥାନା କେସ୍ ନମ୍ବର ୧୮୩/୨୦୨୫ ମାମଲାରେ ଅନୁଗୋଳ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ବିସୁ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଧାରା ୬୪(୧), ୬୬, ୧୦୩(୧) ଏବଂ ୨୩୮(ଏ) ବିଏନ୍ଏସ୍ ଅନୁଯାୟୀ ତାଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

ମାମଲାର ତଦନ୍ତ ଓ ପ୍ରମାଣ ସଂଗ୍ରହରେ ପୋଲିସର ନିଷ୍ଠାପୂର୍ଣ୍ଣ ପ୍ରୟାସ ଏବଂ ପ୍ରଭାବଶାଳୀ ମାମଲା ପରିଚାଳନାର ଏହା ଏକ ପ୍ରତିଫଳନ ବୋଲି କୁହାଯାଇଛି। ଅଦାଲତଙ୍କ ଏହି ରାୟ ଦ୍ୱାରା ଆଇନ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହୋଇଥିବା ଜଣାପଡ଼ିଛି।