August 27, 2026
IMG-20260826-WA0040
Share

 

 

ବରଗଡ,ତା ୨୬/୮

 

ବୁଧବାର ଦିନ ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଶିଶୁ ବାଟିକା ପ୍ରମୁଖଙ୍କ ଅଧ୍ୟକ୍ଷତାରେ ତଥା ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶ୍ରୀମତୀ ପ୍ରିୟମ୍ବଦା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ମାତୃ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମରେ ୨୫ ଜଣ ମାଆ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରମତୀ ଭାର୍ଗବୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ରେଣୁକା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଗୁରୁମା, ଗୁରୁଜୀ ଓ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।