August 27, 2026

ଉମରକୋଟ ସୁନା ଦୋକାନ ଚୋରି ଘଟଣାରେ ଧରା ପଡ଼ିଥିବା ଚୋର ଗିରଫ, ଘଟଣାରେ ୪ ଚୋର ଉପସ୍ଥିତ ଥିଲେ…..

IMG-20260826-WA0034
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ର ଡି.ଏନ.କେ ଠାରେ ଥିବା ରୂପାଲି ଜ୍ବେଲର୍ସ ଦୋକାନରେ ୨୧ ତାରିଖ ଦିନ ସନ୍ଧ୍ୟା ସମୟରେ ୨ ଦୁର୍ବୁତ୍ତ ସୁନା ଲକେଟ କିଣିବା ବାହାନାରେ ଦୋକାନକୁ ଯାଇ ସୁନା ଲକେଟ ଥିବା ଡ୍ର ରେ ହାତ ପୂରାଇ ଜଣେ ଚୋର ସୁନା ଲକେଟ ଡବା ଧରି ବାଇକରେ ଫେରାର ହେଇ ଯାଇଥିବା ବେଳେ ଅନ୍ୟ ଜଣେ ଦୁର୍ବୁତ୍ତ ଦୋକାନରେ ଉପସ୍ଥିତ ଥିବା କର୍ମଚାରୀ ଓ କିଛି ଲୋକଙ୍କ ହାତରେ ଧରା ପଡ଼ିଯାଇଥିଲା। ପରେ ଦୋକାନର ମାଲିକ ପୋଲିସକୁ ଫୋନ କରିବା ପରେ ପୋଲିସ ପହଞ୍ଚି ଧରା ପଡ଼ିଥିବା ଯୁବକକୁ ନେଇ ଥାନାକୁ ନେଇ ଯାଇଥିଲା। ଧରାପଡ଼ିଥିବା ଦୁର୍ବୁତ୍ତ ର ନାମ ସଞ୍ଜୟ ବିଶ୍ୱାସ, ଘର ପୋଡଶି ଛତିଶଗଡ ରାଜ୍ୟ ରାଜଧାନୀ ରାଇପୁର ର ନର୍ମଦାପାରା ଅଂଚଳ ର ବୋଲି ଜଣାପଡ଼ିଛି। ଚୋରି ଘଟଣାର ସମସ୍ତ ଭିଡିଓ ଦୋକାନ ରେ ଲାଗିଥିବା ସିସି କେମେରାରେ ରେକଡିଂ ହେଇ ଥିଲା ଯାହାକୁ ଦେଖି ଉମରକୋଟ ପୋଲିସ ଖସି ପଳାଇଥିବା ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଆଜି ଧରା ପଡ଼ିଥିବା ଦୁର୍ବୁତ୍ତ ସଞ୍ଜୟ ବିଶ୍ୱାସକୁ

କୋର୍ଟ ଚାଲାଣ କରିବା ସହ ତାଠାରୁ ୩ ଟି ସୁନା ଲକେଟ ଉଦ୍ଧାର କରିଛି। ଆଜି ଉମରକୋଟ ଥାନା ଆଇଆଇସି ଯୁଗଳ ଶବର ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ସୁନା ଦୋକାନୀ ଚୋରି ଘଟଣାରେ ମୋଟ ୪ ଜଣ ଯୁବକଙ୍କ ସମ୍ପୃକ୍ତି ଥିଲା। ୨ ଜଣ ଦୁର୍ବୁତ୍ତ ଦୋକାନରେ ପ୍ରବେଶ କରିବା ବେଳେ ଅନ୍ୟ ୨ ଜଣ ଦୁର୍ବୁତ୍ତ ବାଇକ୍ ଧରି ବାହାରେ ଅପେକ୍ଷା କରିଥିଲେ। ତେବେ ୩ ଦୁର୍ବୁତ୍ତ ଙ୍କ ଘର ରାୟପୁର ହେଇଥିବା ବେଳେ ଅନ୍ୟ ଜଣକ ଘର ଛତିଶଗଡର କଣ୍ଡ।ଗାଁ ବୋଲି ଆଇଆଇସି ସୂଚନା ପ୍ରଦାନ କରିଛନ୍ତି। ତେବେ ଆଇଆଇସି ରାୟପୁର ଯାଇ ୨ ଦିନ ଧରି ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ୩ ଦୁର୍ବୁତ୍ତ ଘରେ ନ ଥିବା ଓ ସେମାନେ ଫେରାର ଥିବା ସୂଚନା ପ୍ରଦାନ କରିଛନ୍ତି, ତେବେ ସେମାନଙ୍କ ସମସ୍ତ ତଥ୍ୟ ବାହାର କରାଯାଇଛି ଓ ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ଦୃଡକ୍ତି ପ୍ରକାଶ କରିଛନ୍ତି ।

ମୁଁଖ୍ୟ ଅଭିଯୁକ୍ତ ଙ୍କ ନାଁରେ ବିଭିନ୍ନ ଥାନାରେ ୧୮ ଟି କେସ ଥିବା ବେଳେ ଅନ୍ୟ ୩ ଜଣକ ନ।ରେ ମଧ୍ୟ ବହୁ କେସ ଥିବା ଆଇଆଇସି ଯୁଗଳ ଶବର ସୁୂଚନା ଦେବା ସହ ଏହି ଘଟଣାରେ ନିଜେ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।