July 27, 2026

ବାଲିଆପାଳ ରେ ଖୋଲିଲା ଓଡିଶା ବେକେରି ହାଉସ ଶାଖା

IMG-20260727-WA0037
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଛକ ନିକଟରେ ନୁଆ କରି ଖୋଲିଲା ଓଡିଶା ବେକେରି ହାଉସ ଶାଖା । ଲୋକ ମାନଙ୍କର ଚାହିଦା ଏବଂ ବିଶେଷ କରି ଯୁବପିଢିଙ୍କୁ ଲକ୍ଷ କରି ଏହି ବେକେରି ହାଉସ ଖୋଲା ଯାଇଛି ବୋଲି ଦୋକାନର ପ୍ରୋପାଇଟର ହୃଷିକେଶ ଦାସ ମହାପାତ୍ର କହିଛନ୍ତି ବାହାଘର, ଏନଗେଜମେଣ୍ଟ,ଜନ୍ମ ଦିନ , ବିବାହ ବାର୍ଷିକ ,ନୂଆ ବର୍ଷ , ଗୁରୁଦିବସ ପ୍ରଭୃତି ପ୍ରୋଗ୍ରାମରେ ଉନ୍ନତ ମାନର କେକ ଓ ଅନ୍ୟ ସାମଗ୍ରୀ ପାଇଁ ବାଲିଆପାଳ ଠାରୁ ବାଲେଶ୍ବର ଯିବାକୁ ପଡୁଥିଲା । ଯାହା ଫଳରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ସମୟ ସାପେକ୍ଷ ହେଉଥିଲା । ବ୍ଳକ ଛକ ନିକଟରେ ଆଜି ଏହି ହାଉସ ଖୋଲିଲା ପରେ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ କେକ ବ୍ୟତିତ ୧୦୦ ରୁ ଊର୍ଦ୍ଧ୍ବ ପ୍ରକାରର ଆଇଟମ ସୁଲଭମୂଲ୍ୟରେ ପାରିପାରେବ। ସକାଳ ଆଠଟାରୁ ରାତି ଦଶଟା ପର୍ଯ୍ୟନ୍ତ ଲୋକ ମାନଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ହାଉସର ପ୍ରୋପାଟର କହିଛନ୍ତି । ଏହି ଉଦଘାଟନି ଉତ୍ସବରେ ବାଲିଆପାଳ ଥାନା ଆଇଆଇସି ସାଲିଖାନ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ବିଜନ ନାୟକ,ରବିନ୍ଦ୍ର ଅଣ୍ଡିଆ, କମଳାକାନ୍ତ ଦାଶ ମହାପାତ୍ର,ସତ୍ୟକାମ ମହାନ୍ତି, ହରେକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଥିଲେ । ହାଉସ ର ପରିଚାଳକ କାହ୍ନୁ,ବବଲୁ, ଚିଲିକା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

You may have missed