ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସମାରୋହ ଅନୁଷ୍ଠିତ
ବୋଲଗଡ (ଉପାନ୍ତଖବର ମାନସ ରଞ୍ଜନ କର)ତା /୨୬/୦୭/୨୦୨୬ ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବ୍ୟାୟବିତ୍,ଲଢ଼ୁଆ ବ୍ୟକ୍ତିତ୍ଵ, ସମାଜସେବୀ ସ୍ବର୍ଗତ ନୃସିଂହ ଚରଣ ସ୍ୱାଇଁ ଓ ତାଙ୍କ ପୁତ୍ର ତଥା ସୀମା ସୁରକ୍ଷା ବଳ ର ବୀର ଯବାନ ସ୍ବର୍ଗତ ପବିତ୍ର ମୋହନ ଶ୍ରୀଚନ୍ଦନ ଙ୍କ ବାର୍ଷିକ ସ୍ମୃତି ଚାରଣ ସଭା ସାନପଦର ସ୍ଥିତ ଭକ୍ତଚରଣ ସ୍ମୃତି ସଦନ ଠାରେ ନୃସିଂହ ପବିତ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତା ଓ ସଂସଦ ର ସମ୍ପାଦକ ତଥା ଉଦଘୋଷକ ଶ୍ରୀକାନ୍ତ କୁମାର ନାୟକ ଙ୍କ ଆବାହକତ୍ଵ ଓ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପିତାପୁତ୍ର ଙ୍କ ସ୍ମୃତି ସଭା ରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ପିତାପୁତ୍ର ଙ୍କ ଏକ ସମୟରେ ବିୟୋଗ ଗ୍ରାମ ତଥା ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହ ସ୍ବର୍ଗତ ନୃସିଂହ ସ୍ବାଇଁ ଓ ପବିତ୍ର ଶ୍ରୀଚନ୍ଦନ ଏ ମାଟି ପାଇଁ ଯେଉଁ ମହତ୍ କାର୍ଯ୍ୟ କରି ଯାଇଛନ୍ତି ଓ ଯେଉଁ ଅବଦାନ ଦେଇଯାଇଛନ୍ତି ତାହାକୁ ସମଗ୍ର ଅଞ୍ଚଳ ସର୍ବଦା ସ୍ମରଣ ରଖିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଗାୟକ ଭାଷାରତ୍ନ ଖଗେଶ୍ବର ମାର୍ଥା ଯୋଗଦେଇ ପିତାପୁତ୍ର ଙ୍କ ର ଜୀବନୀ ବିଷୟରେ ଆଲୋକପାତ କରି ମାଟିର କବି ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି କୁ ଉଦ୍ଜୀବିତ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବରେଣ୍ୟ ବକ୍ତା ଭାବେ ବିଶିତ ନ୍ୟାୟବିତ୍ ଭିକାରୀ ଚରଣ ସାହୁ ସ୍ବର୍ଗତ ଆତ୍ମା ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଦେଇ ଗୁଣ ଗୁଡ଼ିକୁ ପରିପ୍ରକାଶ କରିଥିଲେ । ଗ୍ରାମ ର ବିଏସଏଫ ଯବାନ ତଥା ପୁତ୍ର ପବିତ୍ର ମୋହନ ଶ୍ରୀଚନ୍ଦନ ଙ୍କ ହଠାତ୍ ବିୟୋଗ ର କିଛି ଦିନ ମଧ୍ୟରେ ପିତା ନୃସିଂହ ଚରଣ ସ୍ୱାଇଁ ଙ୍କ ବିୟୋଗ ଅଞ୍ଚଳ ପାଇଁ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ସମସ୍ତେ ପ୍ରକାଶ କରିଥିଲେ।ପୂର୍ବତନ ସରପଞ୍ଚ ତଥା ଭକ୍ତଚରଣ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ବରିଷ୍ଠ ଶିକ୍ଷକ ଦୁର୍ଗାପ୍ରସାଦ ସୁବୁଦ୍ଧି ସ୍ଵାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାନପଦର ପଞ୍ଚାୟତ ତ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ , ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର , ବେଗୁନିଆ ଥାନା ସବଇନିସପେକ୍ଟର ଅଭୟ ରାଉତ , ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ,ପୂର୍ବତନ ସରପଂଚ ନାରାୟଣ ବଳିଆରସିଂ, ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅର୍ଜୁନ ପଟ୍ଟନାୟକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯୋଗିନାଥ ନାୟକ,ପୂର୍ବତନ ସରପଂଚ ବିଜୟ କୁମାର ଗୁମାନସିଂହ,କବି ପ୍ରଫୁଲ୍ଲ କୁମାର ମାଝୀ, ଅବସରପ୍ରାପ୍ତ ଆକାଉଣ୍ଟ ଅଧିକାରୀ ତ୍ରିଲୋଚନ ମହାନ୍ତି, ଶିକ୍ଷକ ସୁସ୍ମିକାନ୍ତ ନାୟକ, ସମାଜସେବିକା ଅନୁପମା ବଳିଆରସିଂହ ,ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷ ରେ ପୁତ୍ର ସୂରଜ କୁମାର ଶ୍ରୀଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମ ରୁ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ ।
