ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରର ପଞ୍ଚମତମ ବାର୍ଷିକୋତ୍ସବ
ବୁଗୁଡା : ତା ୨୭/୦୭/୨୬ : ବୁଗୁଡ଼ା ବ୍ଲକ ବିରଞ୍ଚିପୁର ଗ୍ରାମର ମାତାଜୀ ମଠ ପରିସରସ୍ଥ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରର ପଞ୍ଚମତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ଅବସରରେ ଯଥା ରୀତିନୀତି ପ୍ରକାରେ ହନୁମାନଙ୍କ ପୂଜାପାଠ ସହିତ ହୋମଯଜ୍ଞାଦି କାର୍ଯ୍ୟ କରାଯାଇଥିଲା। ଏଥିରେ ପୂଜକ ଭାବେ ଭାରତୀ ଭୂଷଣ ମହାପାତ୍ର ଏବ କର୍ତ୍ତା ଭାବେ ମନ୍ଦିର ପରିଚାଳନା କମିଟି ସଭାପତି କାଳୁ ଚରଣ ପଣ୍ଡା ନିୟୋଜିତ ଥିଲେ। ସନ୍ଧ୍ୟା ଆଳତି ପରେ ଶ୍ରୀ ହନୁମାନଙ୍କ ଜନ୍ମ ବୃତ୍ତାନ୍ତ ଦାସକାଠିଆ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟିବୃନ୍ଦଙ୍କ ସମେତ ବିରଞ୍ଚିପୁର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା ।
