ଖଇରା ବିଡ଼ିଓଙ୍କ ନିକଟରେ ଭୁଦେଇଶୂଳ ଗ୍ରାମବାସୀଙ୍କ ଅଭିଯୋଗ
ଖଇରା ( ଦେବାଶିଷ ଦାଶ )
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ସୁରକ୍ଷା କାର୍ଯ୍ୟରେ ଅନିୟମିତତାକୁ ନେଇ ବାଲେଶ୍ଵର ଜିଲ୍ଲା ଖଇରା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ଭୁଦେଇଶୂଳ ଗ୍ରାମବାସୀ . ପ୍ରକୃତରେ ଶ୍ରମିକ ମାନେ ଏଥିରେ କାମ କରିବା କଥା । ଯେଉଁଠି ମାଟି ନଥିବ ସେଠି ବିଡ଼ିଓଙ୍କ ଅନୁମତି ନେଇ ମେସିନ ଲାଗିବା କଥା । କିନ୍ତୁ ଗଡ଼ପୋଖରୀ ପଞ୍ଚାୟତ ଗ୍ରାମ ପଞ୍ଚାୟତ ଭୁଦେଇଶୂଳ ଗ୍ରାମର ବାବୁଲା ପାତ୍ର ଘର ଠାରୁ ରଞ୍ଜନ ପାତ୍ର ଘର ପର୍ଯ୍ୟନ୍ତ ୨୦୨୫-୨୬ ମସିହାରେ ଆଡିବନ୍ଧ ପାଇଁ କାର୍ଯ୍ୟାଦେଶ ହୋଇଥିଲା । ଯାହାର ମୂଲ୍ୟ ଥିଲା ୫ ଲକ୍ଷ ଏବଂ କାର୍ଯ୍ୟାଦେଶ ନମ୍ବର ୨୪୦୫୦୧୦ ଓ ତାରିଖ ୨୫/୧୧/୨୦୨୫ ଅଟେ। ସେଠାରେ ମେସିନ ମାଧ୍ୟମରେ ମାତ୍ର ୩ ଘଣ୍ଟା କାର୍ଯ୍ୟ ହୋଇ ପୂର୍ବରୁ ଥିବା ୪୦ ମିଟର ବନ୍ଧ ଉପରେ ପାର୍ଶ୍ବସ୍ଥ ଖାଦାନରୁ ୫/୬ ଟ୍ରିପ୍ ମୋରମ ବିଛେଇ ଦିଆଯାଇଥିଲା । ଏହା ବାବଦରେ ୧ ଲକ୍ଷ ୭୭ ହଜାର ୯୯୬ ଟଙ୍କା ବିଲ୍ ହୋଇଛି । କୌଣସି ଶ୍ରମିକ ଏଠାରେ କାର୍ଯ୍ୟ କରି ନାହାନ୍ତି । ଫଳକ ବୋର୍ଡରେ ମଧ୍ୟ କିଛି ଲେଖା ଯାଇନାହିଁ । ସେହିପରି ଏହା ପାର୍ଶ୍ବରେ ସମାନ ପ୍ରକଳ୍ପକୁ ୪ ଲକ୍ଷ ୧୮ ହଜାର ବିଲ୍ ହୋଇଛି । ମାତ୍ର ସେଠାରେ ଶ୍ରମିକ ୨୫/୩୦ ହଜାର ଟଙ୍କାର କାର୍ଯ୍ୟ କରିଛନ୍ତି । ସେହି ପ୍ରକଳ୍ପ ବାବୁଲା ପାତ୍ର ଘର ଠାରୁ ବଳରାମ ସେଠି ଘର ପର୍ଯ୍ୟନ୍ତ ହୋଇଅଛି । ଯାହାର କାର୍ଯ୍ୟାଦେଶ ନମ୍ବର ୨୪୦୫୦୧୦୦୦୬ ଓ ତାରିଖ ୧୩/୧୦/୨୦୨୨ ଅଟେ । ତାହାର ଅଦ୍ୟାବଧି ବିଲ୍ ଗତ ତା ୧୧/୫/୨୦୨୬ ପର୍ଯ୍ୟନ୍ତ ବନ୍ଧକୁ ବିଲ୍ ହୋଇଛି । ଏଥିରେ ଫଲସ୍ ବିଲ୍ କୁ ଗତ ତା ୧୪/୭/୨୦୨୬ ରିଖରେ ଖଗେଶ୍ବର ପାତ୍ର, ପାଗଳ ଦାସ, ସ୍ନେହଲତା ସିଂ, ଲକ୍ଷ୍ମୀପ୍ରିୟା ପାତ୍ର, ଉଷା ପାତ୍ର, ବିଜୟ ପାତ୍ର, ଶଙ୍କର୍ଷଣ ପାତ୍ର, ବରଜୁ ଦାସ ପ୍ରମୁଖ ଗ୍ରାମବାସୀ ବିଡ଼ିଓଙ୍କ ନିକୀ ଅଭିଯୋଗ କରିଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ଖବର ସଂଗ୍ରହରୁ ଜାଣିବାକୁ ମିଳିଛି । ପ୍ରକୃତରେ ଏହା ତଦନ୍ତ ସାପେକ୍ଷ । ବିଡ଼ିଓ ମହୋଦୟ ସଠିକ୍ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ଦେଖିବାକୁ ବାକି ରହିଲା ସତ୍ୟ କେବେ ପ୍ରକାଶ ପାଉଛି । ଗ୍ରାମବାସୀ ଅପେକ୍ଷା ଅଛନ୍ତି । ଅନ୍ୟ ପକ୍ଷେ ସମ୍ପୃକ୍ତ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା ।
