July 27, 2026

ଧାର୍ମିକ ମହିଳାଙ୍କ ଈଶ୍ୱରୀୟ ଯାତ୍ରା..

IMG-20260727-WA0040
Share

 

ହାଟଡ଼ିହୀ ତା ୨୭/୦୭(ମନମୋହନ ନାୟକ) : କଥାରେ ଅଛି ବାହୁଡ଼ା ଦିନ କେହି ବାହୁଡ଼ିଲେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ତେବେ ଏହି ପବିତ୍ର ବାହୁଡ଼ା ଦିନ ହାଟଡ଼ିହୀ ବ୍ଲକ୍ ମରୈଗାଁ ପଞ୍ଚାୟତ ଖପରାଖାଇ ଗ୍ରାମର ସ୍ବର୍ଗତଃ ଭାଗବତ ନାୟକଙ୍କ ଧର୍ମପତ୍ନୀ ଡ଼ାଳିମ୍ବ ନାୟକ(୮୩)ଙ୍କ ଦେହାନ୍ତ ଘଟିଛି । ସେ ଜଣେ ଅତ୍ୟନ୍ତ ସାହସୀ, ଧାର୍ମିକ, ପରୋପକାରୀ, ସରଳ ଏବଂ ଦୟାଳୁ ମହିଳା ଥିଲେ । ତାଙ୍କର ମଧୁର ଆଚରଣ, କରୁଣା ଏବଂ ଧାର୍ମିକ ବିଶ୍ୱାସ ତାଙ୍କୁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ତାଙ୍କ ବିୟୋଗ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ସମସ୍ତ ଶୁଭେଚ୍ଛୁଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ଶେଷ ସମୟରେ ଝିଅ କମଳା, ପୁଅ ଆନନ୍ଦ, ବିନୋଦ ଓ ମନୋଜଙ୍କ ସହ ବୋହୂ ସୁକାନ୍ତି, ଆରତୀ ଏବଂ ରବି, ଅମର, ଦୁଃଖନ, ଭ୍ରମର, ଅରୁ, ମଣ୍ଟୁ, ଦୀପା, ସୁମୁନା ଓ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ହରିନାମ ସଂକୀର୍ତନ ସହ ହରିବୋଲ ହୁଳହୁଳି ଧ୍ୱନୀରେ ଗାଁ ସାହି, ପରିବାର ଓ ବନ୍ଧୁପ୍ରିୟଜନଙ୍କ ଗହଣରେ ଡ଼ାଳିମ୍ବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।