ଜଗନ୍ନାଥ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ନେଇ ‘ଭିଜନ ବାଲେଶ୍ୱର’ ସଂଗଠନ ପକ୍ଷରୁ ଅନୁଷ୍ଠିତ ହେଲା ଚିତ୍ରାଙ୍କନ ପ୍ରତିଯୋଗିତା
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର : ଜଗନ୍ନାଥ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ଏବଂ ଛାତ୍ର ଛାତ୍ରୀଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ବାଲେଶ୍ୱରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଭିଜନ ବାଲେଶ୍ୱର’ ପକ୍ଷରୁ ସହରର ମଲ୍ଲୀକାଶପୁର ସ୍ଥିତ ଶାନ୍ତିକାନନ ପରିସରରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଶ୍ରୀ ଜଗନ୍ନାଥ ଙ୍କର ୩୨ ବେଶ ଓ ରଥଯାତ୍ରା ରେ ମହାପ୍ରଭୁ ବିଷୟକୁ ନେଇ ଚିତ୍ରାଙ୍କନ କରିଥିଲେ । ପରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ଚନ୍ଦ୍ରକାନ୍ତି ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଦର ବ୍ଲକ ଅଧକ୍ଷା ସୁନିତା ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବା ପାଇଁ ପରାମର୍ଶ ଦେବା ସହିତ ବାପା ଓ ମାଆଙ୍କ ପ୍ରତି ସର୍ବଦା ଆଦର ସମ୍ମାନ ପ୍ରଦର୍ଶନ କରିବାକୁ କହିଥିଲେ l ସମ୍ମାନିତ ଅତିଥି ଭାବେ ମହାବୀର ଆଖଡ଼ା ସଂଘ ସଭାପତି ଗୋପୀନାଥ ଶତପଥି, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରତିମା ପଣ୍ଡା, ବାଲେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି କେଶବ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ବହୁମୁଲ୍ୟ କଥା କହିବା ସହିତ ସଂଗଠନର ସୁନ୍ଦର ଚିନ୍ତାଧାରା ପାଇଁ ସାଧୁବାଦ ଜ୍ଞାପନ କରିଥିଲେ l ସଂଗଠନର ଆଇନ ପରାମର୍ଶ ଦାତା ବିଜୟ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମ୍ପାଦକ ଧୀରେଜ କୁମାର ଦାସ ଧନ୍ୟବାଦ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ । ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ବିଦ୍ୟା ଆତ୍ମାଲିପି ମଲ୍ଲିକ ପ୍ରଥମ , ଝଗଡ଼ ପାଢ଼ୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାହେଶ୍ୱରୀ ଗନ୍ତାୟତ ଦ୍ଵିତୀୟ , ବୈଦ୍ୟନାଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଦିପ୍ତୀରେଖା ରଣା ତୃତୀୟ, ସେହିପରି ବରିଷ୍ଠ ବର୍ଗରେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ଛାତ୍ର ପଙ୍କଜ ବେହେରା ପ୍ରଥମ ,ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ସତ୍ୟଜିତ ମହାରଣା ଦ୍ଵିତୀୟ ,ବାସନ୍ତୀ ସିନ୍ଧିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ସୋନାଲି ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ସଂଗଠନ ପକ୍ଷରୁ ଯୋଗ୍ୟତା ପ୍ରମାଣପତ୍ର ଓ ଟ୍ରଫି ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଦେଷ୍ଟା ଜିତେନ୍ଦ୍ର ମହାନ୍ତି, କୁନାଲ ବେହେରା, ବିରଞ୍ଚି କୁମାର ପ୍ରଧାନ,ଅଜୟ ନାୟକ , ପ୍ରମୋଦ ସାହୁ,ହର୍ଷ ଖଣ୍ଡେଲୱାଲ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ଯଶରାଜ ଜେନା, ଦିଶା ଅପର୍ଣ୍ଣା,ରାଶି ହଲଦାର, ଏସ.କେ ଆରିଫଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରତିଯୋଗିତାରେ ବିଚାରକ ଭାବେ କଳା ଶିକ୍ଷକ ବିଭୁତି ପ୍ରାସାଦ ଦାସ ଓ ଦୀପକ ମଲ୍ଲିକ ଦାୟିତ୍ୱ ନିର୍ବାହ କରିଥିଲେ l
