July 22, 2026

ହାତୀ ଆତଙ୍କ: ଘର, ମନ୍ଦିର ଓ ଫସଲ ନଷ୍ଟ

IMG-20260721-WA0057
Share

 

ଲାଞ୍ଜିଗଡ଼, ୨୦ ।୭ (ପୁରନ୍ଦର୍ ଦଣ୍ଡସେନା): କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ ସ୍ଥିତ ଗୋଇଚର୍ଚ୍ଚା ଗ୍ରାମ ଓ ଆଖପାଖ ଅଞ୍ଚଳରେ ପୁଣି ହାତୀଙ୍କ ଉତ୍ପାତ ଦେଖାଦେଇଛି। ରବିବାର ବିଳମ୍ବିତ ରାତିରେ ଜଙ୍ଗଲରୁ ଏକ ହାତୀ ଗାଁ ଭିତରକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହାତୀଟି ପ୍ରଥମେ ଗ୍ରାମର ଚାଷୀ ଗୋପୀନାଥ ଦୋରାଙ୍କ ବାସଗୃହକୁ ଭାଙ୍ଗି ଥିଲା | ଘରେ ଥିବା ଆସବାବପତ୍ର, ରାସନ ସାମଗ୍ରୀ ସହ ସମସ୍ତ ଜିନିଷ ସମ୍ପୂର୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛି। ଗ୍ରାମର ଦେବୀ ଠାକୁରାଣୀ ମନ୍ଦିରକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛି। ସେଠାରୁ ସିଧା ଯାଇ ଗୋପୀନାଥଙ୍କ ଚାଷ ଜମିରେ ଥୂବା ଧାନ ଚାଷକୁ ଦଳିଚକଟି ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛି। ଗ୍ରାମବାସୀ ବନ୍ୟବିଭାଗକୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ହାତୀକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

 

ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର