ସୌରଚାଳିତ ଟାଙ୍କି ଓ ନଳକୂଅ ଅଚଳ..

ଲାଞ୍ଜିଗଡ଼, (ପୂରନ୍ଦର୍ ଦଣ୍ଡସେନା): ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗାଁରେ ୬ଟି ଆଦିବାସୀ ପରିବାର ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି। ଗାଁରେ ଗୋଟିଏ ନଳକୂଅ ରହିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ୨ ବର୍ଷ ହେଲା ଅଚଳ ହୋଇ ରହିଛି। ତେଣୁ ଗାଁରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ କିଛି ବର୍ଷ ହେଲା ଗାଁରେ ସୌରଚାଳିତ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ମାସ ଲୋଜେ ପାଣି ବ୍ୟବହାର ପରେ ବର୍ତ୍ତମାନ ୧ବର୍ଷ ହେଲା ସେହି ସୌରଚାଳିତ ପାଣି ଟାଙ୍କି ଅଚଳ ହୋଇ ପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଗାଁ ନିକଟସ୍ଥ ଏକ ଆମ୍ବଗଛ ମୂଳରେ ରହିଥିବା ଚୁଆରୁ ପାଣି ସଂଗ୍ରହ କରି ପାନୀୟ
ଜଳ ଭାବେ ବ୍ୟବହାର କରୁଛନ୍ତି | ବର୍ଷା ଋତୁ ଯୋଗୁଁ ଏହି ପାଣି ଦୂଷିତ ଯୋଗୁଁ ଜଳବାହିତ ରୋଗ ବ୍ୟାପିବାର ଭୟ ଦେଖାଦେଇଛି। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଦିବାସୀଙ୍କ ସରଳତା ଯୋଗୁଁ ସମସ୍ୟାକୁ ହାଲୁକା ନେଉଥିବା ବେଳେ ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଅଚଳ ସୌରଚାଳିତ ପାଣି ଟାଙ୍କି ଓ ନଳକୂଅର ଶୀଘ୍ର ମରାମତି କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବ୍ଳକ ଜଳଯୋଗାଣ ଦାଇତ୍ବରେ ଥିବା ଦଶମନ୍ତ ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
