July 21, 2026

ଜିଲ୍ଲାପାଳଙ୍କ ବଙ୍କାପଂଚାୟତ ଗସ୍ତ,ତଳକୁମାରସୁଣି ପିଠରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି..

IMG-20260721-WA0053
Share

 

 

ବେଲେଗୁଣ୍ଠା, ୨୧/୦୭, ଆଜି ଗଞ୍ଜାମ ଜିଲ୍ଲା ବେଲେଗୁଣ୍ଠା ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ସରିବା ପରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ବଙ୍କା ପଞ୍ଚାୟତ ଗସ୍ତରେ ଯାଇଥିଲେ। ସେଠାରେ ବଙ୍କା ପଞ୍ଚାୟତର କିରାପଲି ନିକଟରେ ଥିବା କୁମାରସୁଣି ପାହାଡ ପାଦଦେଶରେ ମା ତଳ କୁମାର ସୁଣିଙ୍କ ମନ୍ଦିର ଦେଖି ସେଠାର ଭିଉ ପଏଣ୍ଟ ଏବଂ ପାହାଡ ପାଦଦେଶରେ ଥିବା ମନ୍ଦିରକୁ ଦେଖି ଏଠାରେ ପର୍ଯ୍ୟଟନର ସୁଯୋଗ ରହିଥିବା ପ୍ରକାଶ କରିବା ସହ ଏଠାରେ ପଯ୍ୟଟନ ବିଭାଗ ଆନୁକୂଲ୍ୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ବଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ଗସ୍ତ କରିବା ସହ ବଙ୍କାରେ ଥିବା ପାଠାଗାର ଓ ସୂଚନା କେନ୍ଦ୍ର, ମା ଘୋଡେଇସୁଣି ଭୋଗମଣ୍ଡପ, ରାଧାକୃଷ୍ଣ ମନ୍ଦିର, କଲ୍ୟାଣୀ ମଣ୍ଡପ ଆମ ଅଙ୍ଗନବାଡି କେନ୍ଦ୍ର-୨, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିବା ସହ ନିର୍ମାଣାଧୀନ ଥିବା କଲ୍ୟାଣ ମଣ୍ଡପକୁ ତୁରନ୍ତ ସାରିବା ସହ ଆବଶ୍ୟକୀୟ ଅର୍ଥ ଯୋଗେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଖେଳ ବିନିମୟରେ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଖେଳ ଏବଂ ଶିକ୍ଷା ଉପରେ ସମୟ ଅତିବାହିତ କରିଥିଲେ। ଜିଲ୍ଲାପାଳଙ୍କ ସହ ପିଡି ସମୀର କୁମାର ଜେନା ପ୍ରୋବେସନାଲ ଆଇ,ଏ,ଏସ ଶରଣ୍ୟା ସର୍ବଣା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ସିଙ୍ଗାପୁରମ ହରି, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶଚନ୍ଦ୍ର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ସୁନୀତା ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କୁ ବଙ୍କା ପଞ୍ଚାୟତ ତରଫରୁ ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା ଓ ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ