November 24, 2024

ପୋଲିସ ବିଭାଗ କର୍ମଚାରୀ କହି ଚିକେନ୍ ବ୍ୟବସାୟୀଙ୍କ ଠାରୁ ଫୋନ-ପେ ଆପ ରେ ଅନଲାଇନ ଠକେଇ

Share

ପୋଲିସ ବିଭାଗ କର୍ମଚାରୀ କହି ଚିକେନ୍ ବ୍ୟବସାୟୀଙ୍କ ଠାରୁ ଫୋନ-ପେ ଆପ ରେ ଅନଲାଇନ ଠକେଇ
ବ୍ରାହ୍ମଣୀଗାଁ ,୫/୬/୨୩:ଚିକେନ୍ କିଣିବା ଆଳରେ ଚିକେନ୍ ବ୍ୟବସାୟୀ ଙ୍କୁ ଠକେଇ l ଫୋନ ପେ ରେ ଠକି ନେଲେ ଅନ ଲାଇନ ଫ୍ରଡ ଲୁଟେରା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣାପଡିଛି l ଠକେଇ ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଲେ ଶିଶିର ପରିଛା l ସୂଚନା ପ୍ରକାରେ ରବିବାର ରାତି ସାଢ଼େ ୮ଟା ରେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚିକେନ୍ ଦୋକାନ କରିଥିବା ଅମ୍ବାନୀ ଚିକେନ୍ ସେଣ୍ଟର ର ମାଲିକ ଶିଶିର ପରିଛାଙ୍କୁ ଜଣେ ବ୍ୟକ୍ତି ନିଜକୁ ଦାରିଙ୍ଗବାଡ଼ି ପୋଲିସ ରିଜର୍ଭ କ୍ୟାମ୍ପର ପୋଲିସ କର୍ମଚାରୀ ଅମନ କୁମାର ପରିଚୟ ଦେଇ ୮୭୨୩୯୭୨୦୧୨ ନମ୍ବରରୁ ଫୋନ କରି ସୋମବାର ସକାଳ ପାଇଁ ୨୫ କିଲୋ ଚିକେନ୍ ପାଇଁ କରି ଅର୍ଡର ଦେଇଥିଲେ l ସକାଳ୮ଟା ରେ ସେ ଆସି ଚିକେନ୍ ନେବେ ବୋଲି ଫୋନ ରେ କହିଥିଲେ l ସୋମବାର ସକାଳୁ ଚିକେନ୍ ଅର୍ଡର ଦେଇଥିବା ଲୋକ ଜଣକ ନିଜେ ପୁଣି ଶିଶିର ଙ୍କୁ ଫୋନ କରି ଚିକେନ୍ କଟା ପ୍ରସ୍ତୁତ ହେଲାଣି କି ବୋଲି ପଚାରି ଥିଲେ ବ୍ୟବସାୟୀ ଜଣକ ଚିକେନ୍ ପ୍ରସ୍ତୁତ ହୋଇଯାଇଥିବା କହିଥିବା ବେଳେ ଠକ ଵ୍ୟକ୍ତି ଜଣକ ଆମର ପୋଲିସ ଗାଡ଼ି ଯାଉଛି ସେ ଗାଡ଼ିରେ ଚିକେନ ଆଣିବେ ନଗଦ ଟଙ୍କା ନାହିଁ କହି ଫୋନ ପେ ନମ୍ବର ମାଗିଥିଲେ ବ୍ୟବସାୟୀ ଜଣକ ଏହାପରେ ନିଜର ଫୋନ ପେ ନମ୍ବର ଦେଇଥିଲେ l ଏହା ପରେ ଠକ ଜଣକ ପ୍ରଥମେ ବ୍ୟବସାୟୀ ଙ୍କୁ ଫୋନ-ପେ ୱାଲେଟକୁ ୫ଟଙ୍କା ଲିଙ୍କ ରେ ପଠାଇ ବ୍ୟବସାୟୀ ଙ୍କୁ ସେହି ୫ଟଙ୍କା ଲିଙ୍କ ରେ ରେ କ୍ଲିକ କଲେ ୫ଟଙ୍କା ଆକାଉଣ୍ଟ କୁ ଆସିବ କହିଲେ ଲିଙ୍କ ରେ କ୍ଲିକ କରିବାରୁ ୫ଟଙ୍କା ଶିଶିରଙ୍କ ଆକାଉଣ୍ଟ କୁ ଆସିଥିଲା l ଏହାପରେ ଶିଶିର ଉକ୍ତ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହୋଇଥିବା ବେଳେ ସେ ସମ୍ପୃକ୍ତ ଠକ ବ୍ୟକ୍ତି ର ମାୟା ଜାଲରେ ପଡ଼ି ଯାଇଥିଲେ ଠକ ଜଣକ ଏହାପରେ ୬ହଜାର ଟଙ୍କାର ଲିଙ୍କ ଫୋନ ପେ ୱାଲେଟ କୁ ପଠାଇ ପୁଣି କ୍ଲିକ କରିବାକୁ କହିଥିଲେ ତେବେ ବ୍ୟବସାୟୀ ଙ୍କ ଆକାଉଣ୍ଟ ରେ ୬ହଜାର ଟଙ୍କାରୁ କମ ବାଲାନ୍ସ ଥିବାରୁ ତାହା ଫେଲ ହୋଇ ଯାଇଥିଲା ଏହାପରେ ଠକ ଜଣକ ୧ହଜାର ଲେଖାଏଁ କ୍ଲିକ କରିବାକୁ କହିବାରୁ ଶିଶିର ଙ୍କ ଆକାଉଣ୍ଟ କୁ ଟଙ୍କା ଆସିବା ପରିବର୍ତ୍ତେ ୪ଥର ରେ ୪ହଜାର ଟଙ୍କା ଓ ଗୋଟିଏ ଥର ୮୦୦ ଟଙ୍କା ମୋଟ୪୮୦୦ଟଙ୍କା ଲୁଟି ନେଇ ଯାଇଥିଲେl ଏହା ପର ଠାରୁ ସେହି ଫୋନ ନମ୍ବର ଟି ସ୍ୱିଚ ଅଫ ହୋଇ ଯାଇଛି l ଏହା ପରେ ଶିଶିର ଅନଲାଇନ ଫ୍ରଡ ର ଶିକାର ହୋଇଥିବା ଜାଣି ପାରିଥିବା ବେଳେ ଟଙ୍କା ଯିବା ସହିତ ୨୫କିଲୋ ଚିକେନ୍ ମାଂସ ନଷ୍ଟ ହେବା ଯୋଗୁଁ ସେ ଚିନ୍ତାରେ ପଡ଼ି ଯାଇଥିଲେ l ବର୍ତ୍ତମାନ ସାଇବର ଠକ ମାନେ ଦିନକୁ ଦିନ ନୂଆ ନୂଆ ଉପାୟରେ ଠକେଇ କରିଥିବା ବେଳେ ବିଭିନ୍ନ ଉପାୟରେ ଠକ ମାନେ ଲୁଟ କରୁଥିବା ବେଳେ ଏନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରିବାରୁ ଏହି ଭଳି ଦାରିଙ୍ଗବାଡ଼ି ରେ ପ୍ରଥମ ଥର ପାଇଁ ଘଟିଛି ତେଣୁ ଏଭଳି ଠକ ଙ୍କ ଠାରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ କରି ରହି କୌଣସି ଓଟିପି କିମ୍ବା ଫୋନ ପେ ଓ ବିଭିନ୍ନ ପେମେଣ୍ଟ ଆପ ରେ ଆସୁଥିବା ଲୋଭନୀୟ ଅଫର ଲିଙ୍କରେ କ୍ଲିକ ନକରି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)