July 11, 2026

ବାଲିପଦର ଗାର୍ଲସ୍ ହାଇସ୍କୁଲ ଘଟଣା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରକୋଷ୍ଠ ତାଲା ଭଙ୍ଗାଗଲା , ରେକର୍ଡ ମିଳିଲାନି, ଆଜି ବି ନିରାଶ ହୋଇ ଫେରିଲେ ଛାତ୍ରୀ 

IMG-20260710-WA0092
Share

 

ବୁଗୁଡ଼ା : ତା ୧୦/୦୭/୨୬ :ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥିତ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱ ନଦେଇ ପ୍ରଧାନ ଶିକ୍ଷୟତ୍ରୀ ଫେରାର ହୋଇ ଯାଇଥିବାରୁ ଗତକାଲି ଟି.ସି ନପାଇ ଛାତ୍ରୀମାନେ ନିରାଶରେ ଫେରିଥିଲେ। ତେବେ ଆଜି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟ ତାଲା ଭଙ୍ଗା ଯାଇଥିଲେ ହେଁ କୋୖଣସି ରେକର୍ଡ ପତ୍ର ନ ମିଳିବାରୁ ଆଜି ମଧ୍ୟ ଦଶମ ପାସ ହୋଇଥିବା ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ନିରାଶ ହୋଇଛନ୍ତି l ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧି ଦୁର୍ନୀତି ଅଭିଯୋଗରେ ନୀଳମ୍ବିତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କାହାକୁ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ଗତକାଲି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ଡିଇଓଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୁମିତ୍ରା ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଆଜି ଏ ସବୁ ସମସ୍ୟାର ସମାଧାନ ଆଶାରେ ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବିଇଓ ଚିନ୍ମୟ ମହାପାତ୍ର ଓ ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ରୁମ ଚାବି ଭଙ୍ଗା ଯାଇଥିଲା ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟରେ ନା ଥିଲା ଆଡ଼ମିସନ ରେଜିଷ୍ଟ୍ରର ନା ଥିଲା ଏସ ଏଲ ସି ଖାତା ଫଳରେ ପୁଣି ନିରାଶ ହୋଇଛନ୍ତି ଛାତ୍ରୀ ଓ ଅଭିଭାବକ l

You may have missed