ଶlବର ଶ୍ରୀକ୍ଷେତ୍ର ରେ ଦେବସlହ୍ନ ପୁର୍ଣିମା ଅନୁଷ୍ଠିତ
କୋରାପୁଟ ,
ଆଜି କୋରାପୁଟ ସ୍ଥିତ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ଆଜି ଦେବଶାନ୍ନ ପୁର୍ଣ୍ରିମl ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅ ରୁ 108 ସୁନା କଳସୀ ରେ ଜଳ ସଂଗ୍ରହ କରି ସlହ୍ନ ମଣ୍ଡପ କୁ ଅଣାଯାଇଥିଲା ଓ ପରେ ଚର୍ତୁଧା ମୂର୍ତ୍ତି ଙ୍କ ଅନ୍ନ ଭୋଗ ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପହଣ୍ଡି ବିଜେ କରାଯାଇଥିଲା ଓ ପରେ ହୋମ ଯଜ୍ଞ ଆଉ ତେତିଶ କୋଟି ଦେବତା ଙ୍କୁ ପୂଜା ଅର୍ଚନା ପରେ ନିର୍ଦ୍ଧାରିତ ସମୟ ରେ 108 ସୁନା କଳସୀ ରେ ସlହ୍ନ କରାଯାଇଥିଲା ସେହିପରି ଆଜି ଗଜାନନ ବେଶ ରେ ବି ଭକ୍ତ ଙ୍କୁ ପ୍ରଭୁ ଦର୍ଶନ ଦେଇଥିଲେ l ତାପରେ ରାତ୍ର ସମୟ ରେ ଅଣ ସର ଗୃହ କୁ ଚର୍ତୁଦ୍ଧl ମୂର୍ତ୍ତି ପ୍ରବେଶ କରିଥିଲେ l ଏହି ସବୁ କାଯ୍ୟକ୍ରମ କୁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ସଂପାଦିତ କରିଥିଲେ l ସୂଚନା ଯୋଗ୍ୟ ଆଜିଠୁ ପନ୍ଦର ଦିନ ଠାକୁର ମାନେ ଅନସର ଗୃହ ରେ ଜ୍ୱର ରେ ପୀଡିତ ହେବେ ଆଉ ବୌଦ୍ୟ ଙ୍କ ଦ୍ୱାରା ଚିକିତ୍ସତ ହେଲା ପରେ ରଥଯାତ୍ରା ରେ ଭକ୍ତ ଙ୍କୁ ଦର୍ଶନ ଦେବେ l ସେହିପରି ମାଲକାନଗିରି ରେ ବି ପ୍ରଭୁ ଜଗନ୍ନାଥ ଙ୍କ ଦେବସାହ୍ନ୍ନ ଉତ୍ସବ ମହା ସମାରୋହ ରେ ପାଳିତ ହେଲା (ଗୁପ୍ତେଶ୍ଵର ରଥ କୋରାପୁଟ)
