ଗୋଲିଆର ବାଘୁଆ ବ୍ରିଜ୍ ଉପରେ ଲଟାବୁଦା, ସୃଷ୍ଟି କରୁଛି ସମସ୍ଯା, ପ୍ରତିକାର ଦାବି

ବୁଗୁଡ଼ା : ତା ୨୯/୦୬/୨୬ : ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମସ୍ଥ ବାଘୁଆ ବ୍ରିଜ୍ ଉପରେ ଲଟାବୁଦା ଯୋଗୁଁ ଯାନବାହାନ ଚଳାଚଳ ବେଳେ ସମସ୍ଯା ଦେଖା ଦେଉଥିବା ଅଭିଯୋଗ ହେଉଛି। ବ୍ରିଜ୍ ଉପରେ ଉଭୟ କଡରେ ଧୂଳିମାଟି ଜମିରହି ସେଠାରେ ଲଟାବୁଦା ଜନ୍ମିଛି। ଫଳରେ ସାମନା ପଟୁ ଆସୁଥିବା ଯାନକୁ ସାଇଡ୍ ଦେବା ସମୟରେ ଅସୁବିଧା ହେଉଛି ଏବଂ ବେଳେବେଳେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ଅବ୍ଯବସ୍ଥା ଯୋଗୁଁ ଯାନବାହାନ ଚଳାଚଳ ବେଳେ ସମସ୍ଯା ସୃଷ୍ଟି କରୁଛି। ଏଣୁ, ବ୍ରିଜ୍ ଉପରସ୍ଥ ସମସ୍ଯା ସୃଷ୍ଟିକାରୀ ଲଟାବୁଦାକୁ ଉଚ୍ଛେଦ ଦିଗରେ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
