ବୁଗୁଡ଼ାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ
ବୁଗୁଡ଼ା : ତା ୨୯/୦୬/୨୬ : ସ୍ନାନୀୟ ବଳଦେବ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରାତଃ କାଳରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତି, ମଇଲମ, ତଡପଲାଗି ଆଦି କାର୍ଯ୍ୟକ୍ରମ ସାଙ୍ଗକୁ ଶ୍ରୀ ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସଙ୍କ ଦ୍ବାରା ଛେରା ପହଁରା ସହ ଠାକୁରଙ୍କ ପହଣ୍ଡିବିଜେ କରି ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା । ସେଠାରେ ପୁରୁଷୋସିତ ମନ୍ତ୍ରରେ ସ୍ନାନ ବିଧି ସମ୍ପନ୍ନ ପରେ ଠାକୁର ଗଜାନନ ବେଶ ଧାରଣ କରିଥିଲେ। ଏହା ପରେ ୧୦୮ ଆଳତି ନୀତି,ପୂଜାପାଠ ଓ ସଙ୍କୁଡି ଭୋଗ କାର୍ଯ୍ୟକ୍ରମ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ପରେ ତିନି ଠାକୁର ଅଣସର ଘରକୁ ବିଜେ କରିଥିଲେ ।
ପୂଜକ ଦିନବନ୍ଧୁ ପାଣି, ସୁରେଶ ଚନ୍ଦ୍ର ପଣ୍ଡା , ହରିହର ପଣ୍ଡା, ଦେବେନ୍ଦ୍ର ପାଣି,ଅଶୋକ କୁମାର ପାଣି, ଅରୁଣ ପାଣି , ଦୁର୍ଗା ମାଧବ ପାଣି , ରବିନ୍ଦ୍ର ପାଣି , ଆଲୋକ ପାଣି, ସୁବ୍ରତ କୁମାର ପଣ୍ଡା, ଆଶିଷ ପାଣି, ସୁରେନ୍ଦ୍ର ପାଣି, ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ପୂଜାପାଠ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଠାକୁରଙ୍କ ୧୦୮ ଜଳଲାଗି ଏବଂ ଗଜାନନ ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।
