June 29, 2026

ଜୟପୁର ଉଷା ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା; ଭୁଲ ଇଞ୍ଜେକସନ ଅଭିଯୋଗକୁ ଖଣ୍ଡନ କଲା ହସ୍ପିଟାଲ ପକ୍ଷ

IMG-20260629-WA0064
Share

ଜୟପୁର ସ୍ଥିତ ଉଷା ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ସୋମବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ଡାକ୍ତରୀ ଅବହେଳା ଓ ଭୁଲ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଗୁରୁତର ଅଭିଯୋଗ ଆଣାଯାଇଛି। ଅନ୍ୟପଟେ, ଉଷା ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ପ୍ରକୃତ ଘଟଣାର ତଦନ୍ତ ଓ ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦାବି ଜୋର ଧରିଛି।

ଜୟପୁର ଉଷା ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା; ଭୁଲ ଇଞ୍ଜେକସନ ଅଭିଯୋଗକୁ ଖଣ୍ଡନ କଲା ହସ୍ପିଟାଲ କତ୍ତୃପକ୍ଷ (ଗୁପ୍ତେଶ୍ୱର ରଥ କୋରାପୁଟ)