November 24, 2024
Share

╭───────────────────╮
🌄, ୦୩-ଜୁନ-୨୦୨୩, ଶନିବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ହେବାକୁ ଥିବା ପୂର୍ବପ୍ରସ୍ତୁତି ଓ ସ୍ୱତନ୍ତ୍ର ନୀତି ପାଇଁ ଗତକାଲି ରାତି ୧୦ଟାରୁ ଆଜି ଦିନ ୨ଟା ଯାଏଁ ୧୬ ଘଣ୍ଟା ଧରି ସାଧରଣ ଲୋକଙ୍କ ପାଇଁ ଠାକୁର ଦର୍ଶନ ବନ୍ଦ ରହିବ।

➡️ ୨-ଓଜେଇଇ-୨୦୨୩ ପରୀକ୍ଷାଫଳ ପ୍ରକାଶିତ l ମୋଟ ୪୮ ହଜାର ୭୮୩ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ l

➡️୩-ବାଲେଶ୍ୱର ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟି ପଡ଼ିଛି ବଗି । ସବୁ ଚିନ୍‌ଛତ୍ର । ଏବେ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ସୂଚନା । ୯୦୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ବୋଲି ଜଣାପଡିଛି, ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

➡️୪-ବାଲେଶ୍ଵର ବାହାନଗା ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ l ମୃତାହତଙ୍କ ପ୍ରତି ସହାୟତା ଘୋଷଣା , ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା , ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର l

➡️୫-ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଦୁର୍ଘଟଣାରେ ୪ ଜଣ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୬-ସ୍ନାନଯାତ୍ରାରେ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଆଜିଠାରୁ ଟ୍ରାଫିକ୍ କଟକଣା ହେବ ଲାଗୁ l

➡️୭-ଏଣିକି ଇ-ସ୍କୁଟର କିଣିବା ହେବ ସହଜ, ଏସଏଚଜି ମହିଳା ଦେବେନି ଡାଉନପେମେଣ୍ଟ l ଆସନ୍ତା ୧୬ ତାରିଖରୁ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ହେବ ଛାଡ଼ l

➡️୮-ଜୁନ୍‌ ୧୭ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା ଓ ଜୁନ୍‌ ୨୨ରେ ବିଜେପି ସଭାପତି ଜେପି ନଡ୍ଡା l ମହାଜନସମ୍ପର୍କ ଅଭିଯାନରେ ଦେବେ ଯୋଗ l

➡️୯-ଶ୍ରୀଲଙ୍କାର ଅଭିଯୋଗ, ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ହୋଇଛି ସଂକ୍ରମଣ l ଭାରତରେ ଯାଞ୍ଚ ହେଲେ ଆରମ୍ଭ l

➡️୧୦-ଟେଲିଭିଜନ ସିରିୟଲ ‘ମହାଭାରତ’ରେ ମାମାଶ୍ରୀ ଶକୁନି ଭୂମିକାରେ ଅଭିନୟ କରି ପ୍ରଶିଦ୍ଧି ଅର୍ଜନ କରିଥିବା ଅଭିନେତା ଗୁଫି ପେଣ୍ଟଲ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି l

➡️୧୧-କର୍ଣ୍ଣାଟକ ରେ ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା, ବସ୍‌ ଯାତ୍ରା ମାଗଣା l ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦେଲେ ସୂଚନା l

➡️୧୨-କେରଳର କୋଟ୍ଟାୟମ ଜିଲ୍ଲାର ଏକ ଛୋଟିଆ ପଡ଼ାରେ ଶୁଭୁଛି ରହସ୍ୟମୟ ଭୂତଳ ଶବ୍ଦ, ଘଟଣାସ୍ଥଳ ଯାଞ୍ଚ କରିବେ ବିଶେଷଜ୍ଞ l

➡️୧୩-ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍‌ ୨୨ରେ ଆମେରିକୀୟ କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧିତ l

➡️୧୪-କୁନୋ ନ୍ୟାସନାଲ ପାର୍କରୁ ବାହାରକୁ ଚାଲି ଗଲା ଚିତା ଆଶା l ବନ ବିଭାଗ କର୍ମଚାରୀଙ୍କ ବଢିଲା ଚିନ୍ତା l

➡️୧୫-କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡି ରାଜ୍ୟରୁ ରାଜ୍ୟକୁ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଝାଡଖଣ୍ଡରେ ପହଁଚି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କଠୁ ଲୋଡିଲେ ସମର୍ଥନ l

➡️୧୬-ଚୀନ୍‌କୁ ସୀମରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଭାରତ ଦୃଢ ପ୍ରତିବଦ୍ଧ ଥିବା ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ (Former US state secy) ମାଇକ୍‌ ପମ୍ପିଓ ଭାରତ କୁ ଭୁରି ଭୁରି କଲେ ପ୍ରଶଂସା l

➡️୧୭-ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ୟୁକ୍ରେନର ଘନ ଘନ ଆକ୍ରମଣ ପରେ ରକ୍ତମୁଖା ରୁଷ କରୁଛି ମିସାଇଲ ମାଡ l ସମଗ୍ର ୟୁକ୍ରେନରେ ଗତକାଲି ଦେଶସାରା ହାଇଆଲର୍ଟ ହେଲା ଜାରି l

➡️୧୮-କୋଲୋରାଡୋ ମଞ୍ଚରେ ବାୟୁସେନା ସମାରୋହରେ ସାର୍ଟିଫିକେଟ ପ୍ରଦାନ କରି ଫେରୁଥିବା ବେଳେ ଝୁଣ୍ଟି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି l

➡️୧୯-ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଖାଦ୍ୟ ଯୋଗାଡ କରିବାକୁ ବି ନାହିଁ ପଇସା, ସେପଟେ ଋଣ ଦେବା ପାଇଁ ମନା କରିଦେଲା ଆଇଏମଏଫ l

➡️୨୦-ମହିଳା କ୍ରିକେଟରଙ୍କୁ ଜୀବନସାଥୀ କରିବେ କ୍ରିକେଟର ଋତୁରାଜ ଗାଏକୱାଡ୍, ଜୁନ ୪ରେ ଉତ୍କର୍ଷାଙ୍କୁ କରିବେ ବିବାହ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଚିତ୍ରାଙ୍କନ ଦିବସ ll
🔅ଆଜି କଇଁଛ ଦୌଡ଼ ଦିବସ ll
🔅ଆଜି ବିଶ୍ୱ ଚକ୍ର ଦିବସ ll
🔅ଆଜି ଜାତୀୟ କଳା ଭାଲୁ ଦିବସ ll
🔅ଆଜି ଜାତୀୟ ଅଣ୍ଡା ଦିବସ ll
🔅ଆଜି ଜାତୀୟ ପରିବାର ମନୋରଞ୍ଜନ ଦିବସ
(ଜୁନ୍ ର ପ୍ରଥମ ଶନିବାର) ll

ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll