June 23, 2026

କୋରାପୁଟରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ପଦଯାତ୍ରା

IMG-20260622-WA0091
Share

 

କୋରାପୁଟ ,୨୨ଜୁନ ୨୦୨୬:କୋରାପୁଟ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଚାଲିଥିବା ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ଅବସରରେ ଆଜି ଏକ “ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି।

 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲି ମାଧ୍ୟମରେ ସହରବାସୀଙ୍କୁ ଶିଶୁ ଶ୍ରମିକ ନିରୋଧୀ ଆଇନ ବିଷୟରେ ଅବଗତ କରାଯିବା ସହ ଶିଶୁ ଅଧିକାରର ସୁରକ୍ଷା ଏବଂ ଜିଲ୍ଲାରୁ ଏହି ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ସାଧାରଣ ଜନତାଙ୍କ ସହଯୋଗ କାମନା କରାଯାଇଥିଲା।

 

ଏହି ସଚେତନତା ଶୋଭାଯାତ୍ରାରେ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, କୋରାପୁଟ, ବୈପାରୀଗୁଡା, ସେମିଲିଗୁଡା, ଲଷ୍ମୀପୁର, ଦଶମନ୍ତପୁର, ପଟ୍ଟାଙ୍ଗି, ବୋରିଗୁମ୍ମା ବ୍ଲକର ସହକାରୀ ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହ ଶିଶୁ ମଙ୍ଗଳ କମିଟି (CWC) ର ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏବଂ ଚାଇଲ୍ଡ ହେଲ୍ପଲାଇନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମଧ୍ୟ ଅଂଶଗ୍ରହଣ କରିଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଟ୍ରେଡ୍ ୟୁନିଅନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ EKTA ଏବଂ SOVA ର ସାଧାରଣ ସମ୍ପାଦକ ଓ ସଦସ୍ୟମାନେ ସାମିଲ ହୋଇଥିଲେ। ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।କିନ୍ତୁ ଜ଼ିଲ୍ଲା ରେ ପ୍ରତ୍ୟେକ ହୋଟେଲ.ଗ୍ୟାରେଜ. ମାନଙ୍କ ରେ ଶିଶୁ ଶ୍ରୀମିକ କାମ କରୁଥିବା ନଜିର ରହିଛି ଦାଦନ ଶ୍ରୀମିକ ଙ୍କ ସୁଅ ଅନ୍ୟ ରାଜ୍ୟ କୁ ଖୁଲମ ଖୁଲା ଚାଲାଣ ଜାରି ରହିଛି. ତେଣୁ ଶ୍ରମ ବିଭାଗ. ପୋଲିସ ଏବଂ ଆର ଟି ଓ ଙ୍କ ପକ୍ଷରୁ ଚଢ଼ାଉ ର ଆବଶ୍ୟକତା ରହିଛି ବୋଲି ବୁଦ୍ଧି ଜୀବି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର