ଜବର ଦଖଲ ଉଚ୍ଛେଦ ପରେ ମଧ୍ୟ ହଟୁନି ଟ୍ରାଫିକ ସମସ୍ୟା
ବୋଲଗଡ଼ (ଉପାନ୍ତ ଖବର): ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମଧ୍ୟ ଭାଗରେ ଅବସ୍ଥିତ ରାଜସୁନାଖଳା ଏକ ବ୍ୟବସାୟିକ ପେଣ୍ଠସ୍ଥଳି। ୫୭ ନମ୍ବର ଜାତୀୟ ରାଜପଥରୁ ରଣପୁର ଦେଇ ୧୬ ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ ହୋଇଛି । କଞ୍ଚା ପରିବା ଠାରୁ ଆରମ୍ଭ କରି ସୁନା ଓ ଶୁଖୁଆ ଉପରେ ଆଖପାଖ ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି । ଏଠାକୁ ଦୈନିକ ହଜାର ହଜାର ଲୋକ ଆଖ ପାଖ ଅଞ୍ଚଳରୁ ବ୍ୟବସାୟିକ କରିବା ପାଇଁ ଆସି ଥାନ୍ତି । ଫଳରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ସମୟରେ ଭିଡ ଲାଗି ରହି ଥାଏ । ସ୍ଥାନୀୟ ଦୋକାନୀମାନେ ରାସ୍ତାକୁ ମାଡ଼ି ବିକ୍ରି କରୁ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଦେଖା ଯାଇ ଥାଏ । ଏବଂ ବହୁତ ସମୟରେ ଭାରିଯାନ ଏହି ରାସ୍ତା ଦେଇ ଯାତାୟାତ କରୁଛି । ତେଣୁ ଏହି ରାସ୍ତାରେ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହେବା ସହିତ ବହୁତ ସମୟରେ ଏକ୍ସିଡେଣ୍ଟ ଘଟୁଛି। ବାରମ୍ବାର ଅଭିଯୋଗ ପରେ ସ୍ଥାନୀୟ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଜବର ଦଖଲ ଉଚ୍ଛେଦ କରି ଥିଲେ । ଜବର ଦଖଲ ଉଚ୍ଛେଦର କିଛି ଦିନ ପରେ ମଧ୍ୟ ଟ୍ରାଫିକ ସମସ୍ୟା ହଟୁ ନଥିବା ଅଭିଯୋଗ ହେଉଛି । ଫଳରେ ଜନ ଅସନ୍ତୋଷ ଦେଖା ଯାଉଛି। ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଭରିଯାନ ଚଳାଚଳ ଉପରେ ରୋକ ଲଗାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
