କୋରାପୁଟ ପୋଲିସର ବଡ଼ ସଫଳତା !
ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ବଦଳିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି କୋରାପୁଟ ପୋଲିସ। ଗୁପ୍ତ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅପରେସନ୍ରେ ଗୋଟିଏ ଇନସାସ୍ ରାଇଫଲ୍, ୬ଟି ଦେଶୀ ବନ୍ଧୁକ, କ୍ଲେମୋର୍ ମାଇନ୍, ଟିଫିନ୍ ବମ୍ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଠାବ କରାଯାଇଛି।
ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ପୋଲିସ ଆଶଙ୍କା କରୁଛି।
କୋରାପୁଟକୁ ମାଓ-ମୁକ୍ତ ରଖିବା ପାଇଁ ଏସଓଜି, ଡିଭିଏଫ୍ ଓ ବିଏସଏଫ୍ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ୍ ଜାରି ରହିଛି।(ଗୁପ୍ତେଶ୍ୱର ରଥ କୋରାପୁଟ)
