June 20, 2026

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ନୂତନ ପ୍ରଧାନାଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ …

IMG-20260620-WA0142
Share

 

 

ଛତ୍ରପୁର(ଅରୁଣ କୁମାର ପଣ୍ଡା)ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ନୂତନ ପ୍ରଧାନାଚାର୍ଯ୍ୟ ଭାବରେ ଟି.ସୁରେଶ କୁମାର ଆଚାରୀ ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ସଭାରେ ନୂତନ ପ୍ରଧାନାଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ।ପୂର୍ବତନ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ,ସମ୍ପାଦକ ସନ୍ତୋଷ କୁମାର ସାହୁ,ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଉପସଭାପତି ଗୀତା ପାଢୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୂନିତା ସେଠୀ,ଆଚ଼ାର୍ଯ୍ୟ ପ୍ରତିନିଧି ମନୋରଞ୍ଜନ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।ସୂଚନା ଅନୁସାରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ପ୍ରକାରେ ପୂର୍ବତନ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ଖଲିକୋଟ ସ୍ଥାନନ୍ତର ହୋଇଥିଲା।ଛତ୍ରପୁରର ନୂତନ ପ୍ରଧାନ ଆଚାର୍ଯ୍ୟ ଭାବରେ ଟି.ସୁରେଶ କୁମାର ଆଚାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ସଭାରେ ପୂର୍ବତନ ପ୍ରଧାନାଚ଼ାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବରେ ଟି.ସୁରେଶ କୁମାର ଆଚାରୀଙ୍କୁ ଦାୟିତ୍ୱ ଗ୍ରହଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ମଉସା ମାଉସୀ ପ୍ରମୁଖ ଉପସ୍ଥିତ ଥିଲେ।