June 20, 2026

ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ତିନୋଟି ମନ୍ଦିର ପ୍ରତିଷ୍ଠା,ଗ୍ରାମରେ ଧାର୍ମିକ ଭାବନା ବୃଦ୍ଧି..

IMG-20260619-WA0040
Share

ମୋହନା –ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବର ସହ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ଦୁଇ ଗ୍ରାମର ବାସିନ୍ଦା ଅଞ୍ଚଳ ର ସମସ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ପାଛୋଟି ନେଉଥିବା ଦେଖିବାକୁ ମିଳୁଛି। ସାନଖଣି ଗ୍ରାମରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ବଡ଼ଖଣି ଗ୍ରାମରେ ମାଁ ଠାକୁରାଣୀ ଏବଂ ଦୁର୍ଗତିନାଶିନୀ ମାଁ ଦୁର୍ଗା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ଚାରି ଦିନ ଧରି ଚାଲିବ ବୋଲି ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି। ମନ୍ଦିର ପ୍ରତିଷ୍ଠା ନିମନ୍ତେ ସୁଦୂର ପୁରୀ ରୁ ପଣ୍ଡିତ ମାନେ ଆସିଥିବା ଦେଖିବାକୁ ମିଳିଛି। ପୁରୀରୁ ଆସିଥିବା ପଣ୍ଡିତ ଙ୍କ ମଧ୍ୟରେ ଜମ୍ବେଶ୍ୱର ମହାପାତ୍ର, ଅନିଲ କୁମାର ମହାପାତ୍ର, ସୁଧାଂଶୁ ଶେଖର କର, ଆଚାର୍ଯ୍ୟ ସୁବାଶିଷ ମହାପାତ୍ର, ଜମ୍ଭେଶ୍ୱର ମିଶ୍ର, ମାନେଶ୍ଵର ଦାସ ପ୍ରମୁଖ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ପରିଚାଳନା କମିଟି ଦ୍ୱାରା ନିମନ୍ତ୍ରିତ ହୋଇ ଆସିଥିବା ପ୍ରକାଶ। ମନ୍ଦିର ପ୍ରତିଷ୍ଠା ପ୍ରାରମ୍ଭ ରୁ ସ୍ଥାନୀୟ ଶ୍ରଦ୍ଧାଳୁ ମହିଳା ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ହୋଇ ଠାକୁର ନିମନ୍ତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା।ସ୍ଥାନୀୟ ପରିଚାଳନା କମିଟି ଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ଙ୍କ ସମେତ ଗ୍ରାମର ସମସ୍ତ ଲୋକଙ୍କ ବନ୍ଧୁ ବାନ୍ଧବ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଠାକୁର ଙ୍କ ଆଶ୍ରିବାଦ ଗ୍ରହଣ କରିଥିଲେ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପରିଚାଳନା କମିଟି ର ଉପଦେଷ୍ଟା ଭାବେ ପ୍ରଶାନ୍ତ କୁମାର ମଲ୍ଲିକ ଏବଂ ହରିଶ୍ଚନ୍ଦ୍ର ମଲ୍ଲିକ ଥିବା ବେଳେ ପରିଚାଳନା କମିଟି ର ସଭାପତି ଭାବେ ବାଳକୃଷ୍ଣ ମଲ୍ଲିକ, ଉପ ସଭାପତି ଭାବେ ହରିବନ୍ଧୁ ମଲ୍ଲିକ, ସମ୍ପାଦକ ରୂପେ କେଶବ ମଲ୍ଲିକ ମନୋନୀତ ହୋଇଥିବା ବେଳେ ସଦସ୍ୟ ରୂପେ ସୁରେଶ ମଲ୍ଲିକ, ସହଦେଵ ମଲ୍ଲିକ, ସନ୍ତୋଷ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ, ଚନ୍ଦ୍ର ମଲ୍ଲିକ, କୃଷ୍ଣ ମଲ୍ଲିକ, ଉଦୟ ମଲ୍ଲିକ, ଟିଟୁ ମଲ୍ଲିକ, କିଷାନ ମଲ୍ଲିକ ଙ୍କ ସହିତ ଧର୍ମେନ୍ଦ୍ର ମଲ୍ଲିକ ରହିଛନ୍ତି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ସମସ୍ତ ଭକ୍ତ ଶାନ୍ତି ଶୃଙ୍ଖଳା ର ସହିତ ଉପଭୋଗ କରୁଥିବା ବେଳେ ହଜାର ହଜାର ଭକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ମନ୍ଦିର ପରିଚାଳନା କମିଟି ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି।

You may have missed