ବାଖରପୁର ମା ଭଗବତୀ ଙ୍କ ପୀଠରେ,ଭକ୍ତିଭାବର ସଙ୍ଗୀତ ଆସର
ତିର୍ତ୍ତୋଲ 18/6/2026 ରଜଉତ୍ସବର ଉଦଯାପନୀ ସନ୍ଧ୍ୟାରେ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲୀକାପୁର ପଞ୍ଚାୟତ ଅଧୀନ, ବାଖରପୁର ସ୍ଥିତ ମା ଭଗବତୀ ଠାକୁରାଣୀ ଙ୍କ ମନ୍ଦିରପ୍ରାଙ୍ଗଣରେ ଗତ ବସୁମତୀଶ୍ନାନ, ବୁଧବାର ଦିନ ଏକ ଭକ୍ତିସଙ୍ଗୀତର ଆସର ଅନୁଷ୍ଠିତ ହୋଇଯାଇଛି l ଖ୍ୟାତନାମା କଣ୍ଠଶିଳ୍ପୀ ଲଳିତମୋହନ ପରିଜା, ପଞ୍ଚାନନ ଗୋଛାୟତ ଓ ସୋନାଲି ଅୟୁରିୟା ପ୍ରମୁଖ ଏହି ଆସରରେ ସଙ୍ଗୀତପରିବେଷଣ କରି ସମବେତ ଶ୍ରୋତାମାନଙ୍କୁ ମନ୍ତମୁଗ୍ଧ କରିଦେଇଥିଲେ l ପ୍ରମୋଦ କୁମାର, ରଜତ କୁମାର, ବାଦଲ କୁମାର ଓ ଗୌରବ କୁମାର ପରିଡା ବାଦ୍ୟଯନ୍ତ୍ର ପରିଚାଳନା କରି ଅପୂର୍ଵ ସୁରଝଙ୍କାର ସୃଷ୍ଟି କରିଥିଲେ l ତେବେ ଏହି ସମସ୍ତକାର୍ଯ୍ୟକ୍ରମ କୁ ବିଶ୍ୱରଞ୍ଜନ ଦାସ, ନରେନ୍ଦ୍ର କୁମାର ଦାସ, ସମୀରଶାସମଲ, ନିତ୍ୟାନନ୍ଦ ଦାସ, ସମାଜସେବୀ ବିଭୁତିଭୂଷଣ ଦାସ, ରାଜେଶଦାସ, ସତ୍ୟଜିତ ଦାସ, ସୁଧୀର ଶାସମଲ ଓ ବିବେକାନନ୍ଦ ଦାସ ଙ୍କ ସମେତ, ବାଖରପୁର ଗ୍ରାମର ସମସ୍ତଅଧିବାସୀ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭଜନଆସର ସ୍ଥାନୀୟ ଅଞ୍ଚଳ ରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
