ନାରୀ ଅଧିକାର ଅଭିଯାନ ଓ ବିଶାଳ ମହିଳା ସମାବେଶ…..

ତିର୍ତୋଲ, ୨୯/୦୫/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ନବୀନ ପଟ୍ଟନାୟକ ଙ୍କ ଖାସ ଅନୁଗତ ତଥା ରାଜ୍ୟ BJD ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା ଏହିସଭାରେ ଯୋଗ ଦେଇଥିଲେ । ପ୍ରଥମ ଥର ଜଗତସିଂହପୁର ର ତିର୍ତୋଲ ମାଟି ରେ ପହଂଚି ଥିବାରୁ ବହୁ ନାରୀନେତ୍ରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସଭାକୁ ପାଛୋଟି ନେଇଥିଲେ । ଏହି ସଭାରେ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ରେ ଥିବା ଶ୍ରୀମତୀ ଲୋରା ମହାପାତ୍ର, ତିର୍ତୋଲ ର ସରପଞ୍ଚ ପ୍ରିୟମ୍ବାଦ। ମହାପାତ୍ର, DRDA ର ଉପ ସଭାପତି ସୁଜାତା ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂ ଙ୍କ ସହିତ ସହସ୍ରାଧିକ ମହିଳା ଏହି ସମାବେଶରେ ଯୋଗ ଦେଇଥିଲେ । ଏହି ପଟୁଆର ଶାରଳା ରୋଡ଼ ଠାରୁ ଆରମ୍ଭ ହୋଇ ତିର୍ତୋଲ ମଣ୍ଡଳ ଉର୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା । ମହିଳା ମାନଙ୍କ ଅଧିକାର ଓ ସୁରକ୍ଷା କୁ ନେଇ ଡବଲ ଇଂଜିନ ସରକାର ଉପରେ ବିଭିନ୍ନ ନାରା ଦେଇ ବର୍ଷୀଥିଲେ ନାରୀ ନେତ୍ରୀ ସୁମିତ୍ରା ଜେନା । ଏହି ସମାବେଶ ରେ ତିର୍ତୋଲ ପଞ୍ଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବେହେରା ଓ ଅନ୍ୟମାନଙ୍କ ଉପସ୍ଥିତ ରେ ସାରା ଓଡିଶା ର ମହିଳା ମାନଙ୍କ ଅଧିକାର, ସୁରକ୍ଷା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।
