May 29, 2026

ଗ୍ଲେମ ଇଣ୍ଡିଆ’ପ୍ରତିଯୋଗିତାରେ କଳାହାଣ୍ଡିକୁ ଗୌରବାନ୍ୱିତ କରିଛନ୍ତି କୁନି ଝିଅ ଆସ୍ଥା

IMG-20260529-WA0025
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଜ୍ୟୋତି ମହାପାତ୍ର ଓ ଆଦ୍ୟାନା ରାଉତରାୟଙ୍କ ଦ୍ୱାରା ଆୟୋଜିତ ସମ୍ମାନଜନକ ଜାତୀୟ ସ୍ତରର ପ୍ରତିଯୋଗିତା ‘ଗ୍ଲେମ ଇଣ୍ଡିଆ’ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଓ ଅନ୍ତର୍ଜାତୀୟ ସ୍ତରର ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗ ଦେଇଥିବାବେଳେ, ବିଚାରକ ଭାବରେ ପୂର୍ବତନ ମିସ ଓଡିଶା ଦିବ୍ୟ ଦର୍ଶିନୀ ମିଶ୍ର, ଫେମିନା ମିସ ଓଡିଶା ଫେମ ମିସ କେ.ଆର ସନ୍ତୋଷିନୀ, ପ୍ରଖ୍ୟାତ ଡିଜାଇନର ଜିତ ଜଗଜିତ, ରାଜ୍ୟ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ରାଉତ ଏବଂ ଫେସନ କୋଚ ଲିପନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।ଏହି ହାଇ ପ୍ରୋଫାଇଲ ରେମ୍ପ ଶୋ’ ରେ ଭବାନୀପାଟଣାର କୁନି ଝିଅ ଆସ୍ଥା ସଂବୃଦ୍ଧି ପଣ୍ଡା ନିଜ ପ୍ରଦର୍ଶନରେ, କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବି ମା’ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ‘ଛତର ଯାତ୍ରା’ ର ଝଲକକୁ ଅତି ଚମତ୍କାର ଭାବରେ ଉପସ୍ଥାପନା କରି ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି, ବିଚାରକ ମଣ୍ଡଳୀ ଓ ଦର୍ଶକଙ୍କୁ ଚମତ୍କୃତ ଓ ବିମୋହିତ କରିଥିଲେ। ଏହି ପ୍ରତିଯୋଗିତାରେ ସେ ରନର୍ସଅପ ହେବା ସହ ସମ୍ମାନଜନକ ‘ଟେଲେଣ୍ଟ କ୍ରାଉନ’ ଉପାଧି ହାସଲ କରି ନିଜ ପ୍ରତିଭାର ପରିଚୟ ଦେବାସହ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଭବାନୀପାଟଣା ସ୍ଥିତ ବିକାଶ ରେସିଡେନ୍ସିଆଲ ସ୍କୁଲର ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ ଆସ୍ଥାଙ୍କ ଏହି ସଫଳତା ପାଇଁ ବର୍ତ୍ତମାନ ସମଗ୍ର କଳାହାଣ୍ଡି ଜିଲ୍ଲାରୁ ଶୁବେଛାର ସୁଅ ଛୁଟୁଛି।

You may have missed