ମୃତ୍ୟୁ ପରେ ହୋଇଗଲେ ମହାନ, ବଞ୍ଚିଥିବା ବେଳେ ସାଧାରଣ ଥିଲେ,ହେଲେ ମୃତ୍ୟୁ ପରେ ପାଲଟିଗଲେ ମହାନ,
ମୃତ୍ୟୁ ପରେ ହୋଇଗଲେ ମହାନ, ବଞ୍ଚିଥିବା ବେଳେ ସାଧାରଣ ଥିଲେ,ହେଲେ ମୃତ୍ୟୁ ପରେ ପାଲଟିଗଲେ ମହାନ,ପରିବାର ଲୋକଙ୍କ ଆଖିରୁ ଲୁହ ଝରୁଛି, ହେଲେ ଗର୍ବରେ ଛାତି କୁଣ୍ଡେମୋଟ, ମା ସିନା ଚାଲିଯାଇଛି ହେଲେ ଆମକୁ ଓ ଆମ ଗାଁ ମାଟିକୁ ଦେଇଛି ଗର୍ବ l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବାଗୋଇ ପଞ୍ଚାୟତ ର ଷଣ୍ଢପୁର ଗ୍ରାମରେ l ଏହି ଗ୍ରାମର ଚାୟ ପରିଡା ଙ୍କର ହଠାତ ମୁଣ୍ଡ ବୁଲାଇଥିଲା, ସାଙ୍ଗେ ସାଙ୍ଗେ ପରିବାର ଲୋକ କଟକ ମେଡିକାଲ ନେଇଯାଇଥିଲେ l ହେଲେ ବଞ୍ଚାଇ ପାରି ନ ଥିଲେ ଜୀବନ,ଡାକ୍ତର ଦେଖିବା ପରେ ଚାୟ ପରିଡା ଙ୍କ ବ୍ରେନଷ୍ଟ୍ରୋକ ହୋଇଥିବା ରୁ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇବା ପରେ ପରିବାର ଲୋକ ନେଇଥିଲେ କଠୋର ନିଷ୍ପତ୍ତି l ମା ଙ୍କର ସମସ୍ତ ଅଙ୍ଗଦାନ କରିବାକୁ ଡାକ୍ତର ଙ୍କୁ କହିଥିଲେ l ଡାକ୍ତର କାଳ ବିଳମ୍ବ ନ କରି ମୃତା ଚାୟ ପରିଡା ଙ୍କ ସମସ୍ତ ଅଙ୍ଗ କଢ଼ାଯାଇଥିଲା l ପରେ ଶରୀର କୁଜଙ୍ଗ ସ୍ଥିତ ଷଣ୍ଢପୁର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପହଞ୍ଚିଥିଲେ କୁଜଙ୍ଗ ପୋଲିସ l ମୃତା ଚାୟ ପରିଡା ଙ୍କୁ ଶେଷ ସମ୍ମାନ ଜଣାଇବାକୁ କୁଜଙ୍ଗ ପୋଲିସ ତରଫରୁ ସମ୍ମାନ ପ୍ରଦର୍ଶନ ପୂର୍ବକ ତୋପ ସାଲାମୀ ରେ ହୋଇଥିଲା ଚାୟ ପରିଡା ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଯାହା ପରିବାର ଲୋକଙ୍କୁ ଗର୍ବିତ କରିଥିବା ବେଳେ ମା ସିନା ଆମକୁ ପର କରି ଚାଲିଗଲେ, ହେଲେ ସବୁଦିନ ପାଇଁ ଅମର ରହିଗଲେ, ମା ଙ୍କ ଅଙ୍ଗ ଅନ୍ୟର ଦେହରେ ପ୍ରତିରୋପଣ କରାଯିବା ପରେ ଆମ ମା ସବୁଦିନ ଏଇମିତି ଦୁନିଆଁ ଦେଖିବା ସହିତ ମୃତ୍ୟୁ ପରେ ଅମର ରହିବ ବୋଲି କହିଥିଲେ ପରିବାର ଲୋକ… (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
