May 29, 2026

ମୃତ୍ୟ ଶଯ୍ୟା ରେ ସୁକାନ୍ତ, ଅର୍ଥ ସାଜିଛି ବାଧକ 

IMG-20260528-WA0049
Share

 

ଅସ୍ତରଙ୍ଗ ୨୮/୫,ଦଇବ ଦଉଡି ମଣିଷ ଗାଈ, ଯେଣିକି ଘୋଷଡେ ତେଣିକି ଯାଇ l ପୂର୍ବ ପୁରୁଷ ରୁ ରହି ଆସିଥିବା ଢ଼େଗ ଆଜି ବାସ୍ତବିକ ପରିଣତ ହୋଇ ଥିଲା ବେଳେ,ଏହିଭଳି ଏକ ହୃଦୟ ବିଦାରକ ଘଟଣା କାକଟପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି l ଯେଉଁ ବୟସ ରେ ହସି ଖେଳି କାମଧନ୍ଦା କରି ଅର୍ଥ ଉପାର୍ଜନ କରିବା କଥା ତାହା ହୋଇ ନ ପାରି ସେ ତାଙ୍କ ଆସନ୍ନ ମୃତ୍ୟୁ କୁ ସାମ୍ନା ରେ ଜଳଜଳ କରି ଦେଖୁଛନ୍ତି l ବୋଝ ଉପରେ ନଳିତା ବିଡାଭଳି ଏବେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କାକଟପୁର ବ୍ଲକ କଟକଣା ପଞ୍ଚାୟତ ସଡାସଂ ଗ୍ରାମ ରେ ମୃତକ ଛବି ଖଟୋଇ ଙ୍କ ପୁଅ ସୁକାନ୍ତ ଖଟୋଇ, ଛୋଟ ବେଳେ ବାପା ଚାଲିଗଲେ ଆଉ ସୁକାନ୍ତ ଙ୍କ ଯୁବକ ଅବସ୍ଥା ରେ ତାଙ୍କ ଆଶାବାଡ଼ି ଜନ୍ମଦାତ୍ରୀ ମା ବି ଦୁନିଆ ଛାଡି ଚାଲିଗଲେ,ଆଉ ସୁକାନ୍ତ ଏତେବଡ଼ ଦୁନିଆ ରେ ହୋଇଗଲେ ପୁରା ଏକୁଟିଆ l ବଡବାପା କବି ଖଟୋଇ ଓ ବଡ ମା ସୁକାନ୍ତ କୁ ଭରଣ ପୋଷଣ କରୁଥିଲେ l ଜୀବନ ଯୁଦ୍ଧ କୁ ଆଖିରେ ରଖି ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ୨୦ ବର୍ଷ ବୟସ ରେ ସୁକାନ୍ତ ପଳେଇଗଲେ ସମ୍ପର୍କୀୟ ଙ୍କ ନିକଟକୁ ହାଇଦ୍ରାବାଦ l ସେଠି ପେଟ ପୋଷିବା ପାଇଁ ଏକ ହୋଟେଲ ରେ କରି, କିଛି ପଇସା ସଞ୍ଚୟ କଲେ ଗାଁ ରେ ମାଟିଝାଟି ଘର କୁ କାମ କରିବି l ଆଖିରେ ଅନେକ ସ୍ବପ୍ନ ମାତ୍ର ଆଖି ପିଛୁଳାକେ ସବୁ ସ୍ବପ୍ନ ଭାଙ୍ଗି ଧୂଳିସାତ ହୋଇଗଲା l ହଟାତ ତାଙ୍କ ଶରୀର ଅସୁସ୍ଥ ହେଲା, ଦେହ ହାତ ମୁହଁ ଫୁଲିଲା, ଯାହା ଖାଇଲେ ବାନ୍ତି ହେବାକୁ ଲାଗିଲା l ଓଡିଶା ଆସିଲେ ବଡବାପା ଙ୍କୁ କହିଲେ, ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲ କୁ ନେଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ମାତ୍ର ଯାହା ଡାକ୍ତର କହିଲେ ସେଠି ସୁକାନ୍ତ ହୋଇଗଲେ ଜିଅନ୍ତା ଶବl ଡାକ୍ତର ଙ୍କ ରିପୋର୍ଟ ଅନୁସାରେ ସୁକାନ୍ତ ଙ୍କର ଦୁଇ ଗୋଟି କୀଡୀନି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି, ଏବେ ସୁକାନ୍ତ ଙ୍କର ଏକ ସପ୍ତାହ କୁ ଦୁଇ ରୁ ତିନି ଥର ଡାଇଲାସିସି ଚାଲିଛି, ସରକାର ଙ୍କ ସ୍ୱାସ୍ଥ୍ୟ କାର୍ଡ ରୁ ଏକ ତୁର୍ତ୍ତୀୟାସଂ ପ୍ରାୟ ଖର୍ଚ୍ଚ ହୋଇଗଲାଣି, ବଡବାପା କହିଲେ ଜଣେ ଦିନ ମଜୁରିଆ, ଗୋଟେ କୀଡୀନି ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ର ଆବଶ୍ୟକ ରହିଛି l ମାତ୍ର ବର୍ତ୍ତମାନ ବେୟ ବହୁଳ ଦୁନିଆ ରେ ଏତେ ଟଙ୍କା ଏବେ ଆଣିବେ କେଉଁଠୁ, ସୁକାନ୍ତ ଙ୍କ ଭଳି ଉଦୀୟମାନ ଯୁବକ ଙ୍କ ପାଇଁ ବର୍ତ୍ତମାନ ସରକାରୀ ସହାୟତା ସହ ଆବଶ୍ୟକ ପଡୁଛି କୌଣସି ସହୃଦୟ ପୂର୍ଣ୍ଣ ବ୍ୟକ୍ତି ଙ୍କ ସାହାଯ୍ୟ l ଗାଁ ଠୁ ଗଣ୍ଡା ଅନେକ ସ୍ଥାନରେ ଧାର କରଜ କରି ଚିକିତ୍ସା ସହ କୀଡୀନ ରୋପଣ ପାଇଁ କିଛି ଅର୍ଥ ସରକାର ଯୋଗାଇ ଦେଲେ ସୁକାନ୍ତ ରୋଗରୁ ମୁକ୍ତି ପାଇ ପାରନ୍ତା l