ଗଣମାଧ୍ୟମ ର ପ୍ରଭାବ ଓ ବ୍ୟାସ ଫାଉଣ୍ଡେସନ ର ସହାୟତା ରେ ଦିବ୍ୟାଙ୍ଗ ବିଧବା, ପାଇଲେ ପନ୍ଦର ହଜାର ଟଙ୍କା ର ଭତ୍ତା
ତିର୍ତ୍ତୋଲ ତା 24/5/2026 ଦୀର୍ଘ ୧୬ ମାସ ଧରି,ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ଅଧୀନ ତରାପୁର (ଛାତ୍ରମଠ)ଗ୍ରାମର ଶାନ୍ତିଲତା ଦାଶ ନାମକ ଜଣେ ଶତପ୍ରତିଶତ ଦିବ୍ୟାଙ୍ଗ ବିଧବା ମହିଳା, ମାସିକ ବାରଶହଟଙ୍କା ଭତ୍ତା ପାଉନାହାଁନ୍ତି ଖବର ସମ୍ବାଦ ସମେତ ଆଉକିଛି ଗଣମାଧ୍ୟମ ରେ ଖବର ପ୍ରସାରିତ ହେବାପରେ, ସତ୍ୟସାଇ ବାବା ଙ୍କ ପ୍ରଶାନ୍ତି ରେ ଥାଇ, ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷl ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଦୃଷ୍ଟିକୁ ଆସିଥିଲା ଏହି ସମ୍ବେଦନଶିଳ ଖବର l ଏତେ ଦୂରରେ ଥାଇମଧ୍ୟ ତତକ୍ଷଣାତ ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ ଙ୍କୁ ଅବଗତ କରାଇବା ସହିତ ତିର୍ତ୍ତୋଲବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାର ସାହୁ ଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ l ଯାହାଫଳରେ ବିଭାଗୀୟ ଅଧିକାରୀ ମାନେ ହିତାଧିକାରୀଣୀ ଙ୍କ ଘରେ ପହଞ୍ଚି ବାସ୍ତବସ୍ଥିତି ଅନୁଧ୍ୟାନ କରିବା ପରେ ଗତ ଶନିବାର ଦିନ ତାଙ୍କୁ ବକେୟାଥିବା ପନ୍ଦର ହଜାର ଟଙ୍କା ପ୍ରଦାନ କରିବା ସହିତ, ଆଗାମୀ ଦିନରେ ନିୟମିତ ଭତ୍ତା ଟଙ୍କା ପାଇବା ପାଇଁ, ଆଶୁ ପଦକ୍ଷେପ ନିଆଯିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଓ କନକପୁର ଜନକଲ୍ୟାଣ ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ରାଉଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ତେବେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷl ଶ୍ରୀମତୀ ଆଚାର୍ଯ୍ୟ ଙ୍କର ଏହି ନିସ୍ଵାର୍ଥପର ସେବା କାର୍ଯ୍ୟ ପାଇଁ ହିତାଧିକାରୀଣୀ ଦିବ୍ୟାଙ୍ଗ ବିଧବା ବୃଦ୍ଧା ଶାନ୍ତିଲତା ଦାସ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କର ଉଚ୍ଚପ୍ରଶଂସା କରିଅଛନ୍ତି l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
