ଆଜିର ଖବର…
୧-ମେ’ ୨୬ରୁ ଆରମ୍ଭ ହେବ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ +୨ ଶ୍ରେଣୀ ପ୍ରବେଶ ପାଇଁ, ଅନଲାଇନ୍ ଆବେଦନ ପ୍ରକ୍ରିୟା।
୨-ଭୁବନେଶ୍ୱର:ବଦଳିବ ବିଏଡ୍,ଏମଏଡ୍ ପାଠ୍ୟକ୍ରମ, ବାର୍ଷିକ ବଦଳରେ ହେବ ସେମିଷ୍ଟର ପରୀକ୍ଷା।
୩-ଭୁବନେଶ୍ୱର:IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୮ SP ଏବଂ OPS।
୪-ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଟାଣ ଖରା, ପ୍ରବଳ ଗରମ ଏବଂ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ୫ ସ୍ଥାନରେ ୪୫ ଛୁଇଁଲା ପାରଦ, ୩ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ।
୫-ଛୁଟି ଦିନରେ ଅଫିସ୍ରେ କାମ କଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କଲେ ଆଲୋଚନା।
୬-ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ।
୭-ଭୁବନେଶ୍ୱର:OPTCL କର୍ମଚାରୀଙ୍କ ସବୁ ଛୁଟି ବାତିଲ, ବିନା ଅନୁମତିରେ ଛାଡ଼ିପାରିବେନି ମୁଖ୍ୟାଳୟ।
୮-ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠାରୁ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ସ୍ଥଗିତ।
୯-ପୁରୀରେ ପୁଣି ଖଜା ବ୍ୟବସାୟୀ ବାଡ଼ିଆପିଟା, ଠେଲା ଗାଡ଼ିକୁ ଉଠାଇ ନେଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍।
୧୦-ପେଟ୍ରୋଲ, ଡିଜେଲ୍ ଦର ବଢ଼ିବା ପରେ ଭାଟ୍କୁ ନେଇ ରାଜନୀତି ,ସରକାର ଭାଟ୍ କମାଇବାକୁ ବିଜେଡି ଓ କଂଗ୍ରେସର ଦାବି।
୧୧-ବିଧାୟକ ରାଜା ସ୍ୱାଇଁଙ୍କୁ ବିରୋଧ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ।
୧୨-ଆଜିଠାରୁ ୨୯ ଯାଏଁ କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିବ ୩୧ତମ ସବ୍-ଜୁନିୟର ଜାତୀୟ ବେସବଲ୍ ଚାମ୍ପିଅନସିପ୍।
୧୩-ଝାରସୁଗୁଡ଼ା,ପୁରୁଣାବସ୍ତି:ପାଳିତା ଝିଅକୁ ଦୁଷ୍କର୍ମ, ସାବତ ବାପାକୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ କୋର୍ଟ।
୧୪-ଭାରତ-ଆମେରିକା ମଧ୍ୟରେ ବଢ଼ିବ ସହଯୋଗ, ମାର୍କୋ ରୁବିଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।
୧୫-ଫିଫା ଓ୍ବାର୍ଲଡ କପ୍ ପ୍ରସାରଣ :ଭାରତରେ ପ୍ରସାରଣ ଅଧିକାର ପାଇଁ Jio ଏବଂ ZEE ମଧ୍ୟରେ ମୁକାବିଲା, ଶୀଘ୍ର ହୋଇପାରେ ଚୁକ୍ତି।
୧୬-ବାତିଲ ହୋଇଥିବା ନିଟ୍- ୟୁଜି ପାଇଁ ୨୭ ଯାଏଁ ଫି ଫେରସ୍ତ ଆବେଦନ ଅନଲାଇନ୍ ଜାରି।
୧୭-ପୁଣି ଥରେ ୨ ଜଣ ଝିଅଙ୍କ ମଧ୍ୟରେ ଫସିଗଲା ବରୁଣ ଧୱନଙ୍କ ଜୀବନ, ମୁକ୍ତିଲାଭ କଲା ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ର ଟ୍ରେଲର୍।
୧୮-ଶ୍ରେୟସଙ୍କ ଦମଦାର ଶତକ, LSGକୁ ହରାଇ PBKSର ପ୍ଲେ ଅଫ୍ ଆଶା ଉଜ୍ଜିବୀତ।
୧୯-Paytm ଲଞ୍ଚ କଲେ ନୂଆ ‘ପକେଟ୍ ମନି’ ଫିଚର, ଟିନଏଜରଙ୍କ ଲାଗି ସହଜ ହେବ UPI ପେମେଣ୍ଟ।
୨୦-ମଡେଲ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲା, ସ୍ୱାମୀ ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୁଲିସ, ଖୋଲିବ ମୃତ୍ୟୁ ପୂର୍ବର ଗୁମର।
୨୧-GST ପରିସର ଭିତରେ ଆସିବ ପେଟ୍ରୋଲ ଓ ଡିଜେଲ୍! ପ୍ରଧାନମନ୍ତ୍ରୀଙ୍କୁ ଆସିଲା ଚିଠି, କାର୍ଯ୍ୟକାରୀ ହେଲେ ପୂରା ଶସ୍ତା ହୋଇଯିବ ତେଲ।
୨୨-ଚୀନର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,୮୨ ମୃତ୍ୟୁ।
୨୩-ତେଲ ସଙ୍କଟ ଯୋଗୁଁ ବଢ଼ିଲା ଚିନ୍ତା, ୱାର୍ଲ୍ଡ ବ୍ୟାଙ୍କ ନିକଟରେ ସାହାଯ୍ୟ ମାଗିବାକୁ ପହଞ୍ଚିଲେ ୨୭ ଦେଶ।
🙏 *ସୁପ୍ରଭାତ* 🙏
