May 24, 2026

ମା ସାରଳା ଙ୍କ ଯୁବସେବାୟତ ପପୁନନା ଙ୍କ ପରଲୋକ

IMG-20260523-WA0009
Share

ତିର୍ତ୍ତୋଲ ତା 23/5/2026 ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ତଥା ମନ୍ଦିରସମ୍ମୁଖସ୍ଥ ହନୁମାନଜୀଉ ଙ୍କ ସମର୍ପିତ ସେବାକାରୀ ସମୀରକାନ୍ତ ରାଉଳ, (ମହାବୀର, ପପୁନନା ) ଙ୍କର ଗତ ଶୁକ୍ରବାର ଦିନ ରାତି ସାଢେଦଶଟା ବେଳେ ହୃଦଘାତ ରେ ପରଲୋକ ହୋଇଯାଇଛି l ନିଶ୍ୱାସନେବାରେ ଅସୁବିଧା ହେବାରୁ ପରିବାରଲୋକେ ତାଙ୍କୁ ସ୍ଥାନୀୟ ମଣିଜଙ୍ଗା ମେଡିକାଲ କୁ ନେଇଥିଲେ, ମାତ୍ର ଡାକ୍ତର ତାଙ୍କୁ ଗୋଟିଏ ଇଞ୍ଜେକେଶନ ଦେବାପରେ ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ l ମାତ୍ର ଛାୟାଳିଶ ବୟସ ରେ ତାଙ୍କର ଅକାଳମୃତ୍ୱ୍ୟୁ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ଗ୍ରାମ୍ୟଶ୍ମାଶନ ରେ ତାଙ୍କର ଅନ୍ତିମ ଶୋଭାଯାତ୍ରା ରେ ସଚ୍ଚିଦାନନ୍ଦ ନାୟକ, ଅଭିଷେକ ନାୟକ, ଦିଲ୍ଲୀପ କୁମାର ରାଉଳ, ଅଜୟ କୁମାର ରାଉଳ, ବିଜୟ କୁମାର ରାଉଳ, ହରେକୃଷ୍ଣ ରାଉଳ, ନିରଞ୍ଜନ ରାଉଳ, ବିକାଶ ରାଉଳ, ରଞ୍ଜନ କୁମାର ରାଉଳ, ସୁଦାମ ରାଉଳ, ଅବକାଶ ରାଉଳ, ଅବିନାଶ ରାଉଳ, ସଙ୍ଗୀତl ନାୟକ, ସସ୍ମିତା ନାୟକ, ସୁସ୍ମିତା ପଣ୍ଡା, ଅନ୍ତର୍ଯ୍ୟାମୀ ପଣ୍ଡା ଙ୍କ ସମେତ ତାଙ୍କର ବଡଭାଇ ସାମ୍ବାଦିକ ରମାକାନ୍ତ ରାଉଳ, ଉମାକାନ୍ତ ରାଉଳ ଓ ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ ବନ୍ଧୁବର୍ଗ ମାନେ ଅଂଶଗ୍ରହଣ କରିଥିଲେ l ପପୁ ଙ୍କ ଛୋଟପୁଅ ସିପୁନ ଅନ୍ତେଷ୍ଟକ୍ରିୟା ସମୟରେ ମୁଖାଗ୍ନି ଦେଇଥିଲେ l ତେବେ ପପୁନନା ଙ୍କ ଏହି ଆକସ୍ମିକପରଲୋକ ରେ ସାରଳାମନ୍ଦିର ର ବହୁ ପଣ୍ଡାସେବକ, ପ୍ରଶାସନିକ ଅଧିକାରୀ ଙ୍କ ସମେତ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀରଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି l

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed