ବିଶ୍ୱପୁସ୍ତକ ଦିବସ ଅବସରରେ ଜିଲ୍ଲାପାଳଙ୍କୁ ପୁସ୍ତକ ପ୍ରଦାନ
ଖୋରଧା 🙁 ପ୍ରିୟଙ୍କା ମହାପାତ୍ର)-ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଦଶରଥପୁର,ଯାଜପୁରର ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦର ଉପ-ସଭାପତି ତଥା ଏହାର ମୁଖପତ୍ର ‘ବର୍ତ୍ତିିର୍କା’ର ସୋଜନ୍ୟ ସମ୍ପାଦକ ଦେବେନ୍ଦ୍ର ନାରାୟଣ ବାରିକ ବିଶ୍ୱ ପୁସ୍ତକ ଦିବସ ଅବସରରେ ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କୁ ତାଙ୍କ କାର୍ଯ୍ୟଳୟ ରେ ସାକ୍ଷାତ କରି ‘ବର୍ତ୍ତିିର୍କା’ର ବିଷୁବ ତଥା ସ୍ୱନକ୍ଷତ୍ର ବିଶେଷାଙ୍କ ଓ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଖଗେଶ୍ୱର ବାରିକ ଙ୍କ ପୁସ୍ତକ ‘ସୋନାଲୀର ହସ’ ପ୍ରଦାନ କରିଥିଲେ । ଜିଲ୍ଲାପାଳ ପୁସ୍ତକ ଦୁଇଟି ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ଶ୍ରୀଯୁକ୍ତ ବାରିକ ଙ୍କୁ ଧନ୍ୟବାଦ ଦେଇଥିଲେ ।
