May 24, 2026

ମାଛକୁଣ୍ଡ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଉପକରଣ ନଷ୍ଟ

IMG-20260523-WA0014
Share

 

 

ଲମତାପୁଟ/କୋରାପୁଟ, ୨୩ ମେ ୨୦୨୬: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

 

ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ଦିନବେଳେ କେନ୍ଦ୍ରର ପାୱାର ହାଉସରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବିଦ୍ୟୁତ୍ ଉତ୍ପାଦନ ଆଂଶିକ ବାଧାପ୍ରାପ୍ତ ହୋଇଛି। କ୍ଷୟକ୍ଷତିର ଆକଳନ କରାଯାଉଛି। (ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed