May 24, 2026
ajiro khabar
Share

 

 

୧-ଭୁବନେଶ୍ୱର:ଜୁନ୍ 21 ତାରିଖରେ ହେବାକୁ ଥିବା OTET 2026 ପରୀକ୍ଷା ଜୁନ୍ 28 ତାରିଖରେ ଅନୁଷ୍ଠିତ ହେବ।

 

୨-ଆସୁଛି ଡବଲ ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ।୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା।

 

୩-ଭୁବନେଶ୍ୱର:ପାରଦଠୁ ଅଧିକ ଡରାଉଛି ଗୁଳୁଗୁଳି; ତାପମାତ୍ରା ୪୦, କିନ୍ତୁ ଦେହକୁ ଲାଗୁଛି ୫୦ ଡିଗ୍ରୀ।

 

୪-ଭୁବନେଶ୍ୱର:ଏ ଯାଏଁ ତାତି ନେଲାଣି ୧୬ ଜୀବନ,SRCଙ୍କ କାର୍ଯ୍ୟାଳୟ ଅନୁସାରେ ୩ ମୃତ। ଝାରସୁଗୁଡାରେ ତାପମାତ୍ରା ୪୫ ପାର।

 

୫-ଭୁବନେଶ୍ୱର: ବଢ଼ିବ OUTR ପାଠପଢ଼ା ଫି, ନିୟମିତ ପୋଗ୍ରାମରେ ୨୫ ହଜାର ,SSPରେ ୫୪ ହଜାର ବଢିଯିବ।

 

୬-କକ୍ରୋଚ୍ ଜନତା ପାର୍ଟି’କୁ ନେଇ ଟଣାଓଟରା, ସରକାରଙ୍କ ଦ୍ଵାରସ୍ଥ ହେଲେ ଦୁଇ ଗୋଷ୍ଠୀ, ଟ୍ରେଡମାର୍କ ହାତେଇବାକୁ ଚାଲିଛି କସରତ।

 

୭-ଭୁବନେଶ୍ୱର:୪ଟି ଗାଡ଼ିରେ ସୀମିତ ରହିଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ।ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ୭ଟି ଗାଡ଼ି ରହୁଥିଲା।

 

୮-ପୁରୀ:ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ, ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ହେଲା ଆଲୋଚନା।

 

୯-ଭୋଟର ତାଲିକା ସଂଶୋଧନ ହେବ ଆହୁରି ସହଜ; ସବୁ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ, ଘର ପାଖରେ ମିଳିବ ସେବା।

 

୧୦-ପାଟଣା,ଭାଲିଆଡାଳ ଗାଁ:ପ୍ରେମିକାକୁ ଭିଡିଓ କଲ କରି ଫାଶି ଲଗାଇଲେ ଯୁବକ।

 

୧୧-ଆକ୍ସନ ମୋଡ୍ ରେ ଡ୍ରଗ୍ସ ବିଭାଗ, ସ୍କୁଲ ଓ କଲେଜର ୫୦୦ ମିଟର ମଧ୍ୟରେ ନିଶାଦ୍ରବ୍ୟ ବିକ୍ରିକୁ ନେଇ ଜାରି କଲା କଡ଼ା କଟକଣା।

 

୧୨-ବ୍ରହ୍ମପୁର:ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର।

 

୧୩-କଟକ:+୨ ଫଳ ପ୍ରକାଶ ପରେ ସାମ୍ନାକୁ ଆସିଲା CHSE ମାର୍କ ତାଲିକାରେ ବଡ ତ୍ରୁଟି; ଇଂରାଜୀରେ ୧୦୦ରୁ ୧୦୨ ନମ୍ବର ପାଇଲେ ଛାତ୍ର।

 

୧୪-ଢେଙ୍କାନାଳ:ଅଂଶୁଘାତରେ ଟଳିପଡ଼ିଲେ ଗନ୍ଦିଆ ତହସିଲର କାର୍ଯ୍ୟରତ RI! ହସପିଟାଲରେ ମୃତ ଘୋଷଣା କଲେ ଡାକ୍ତର।

 

୧୫-ଭୁବନେଶ୍ୱର:ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ସରକାରୀ ଅଧିକାରୀ, KBK ଗଲେ ମିଳିବ ପୁରସ୍କାର।

 

୧୬-ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ୨୬ଟି ଆସନରେ ଜୁନ୍ ୧୨ରେ ହେବ ମତଦାନ।

 

୧୭-ଚାନ୍ଦିପୁର:କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ହେଲା ସଫଳ ପରୀକ୍ଷଣ, ଶତ୍ରୁଙ୍କ ହଜିଯିବ ନିଦ।

 

୧୮-ମେ’ ୨୫ ଓ ୨୬ ଏସବିଆଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି କଲା ଏସବିଆଇ।

 

୧୯-ବେଙ୍ଗାଲୁରୁକୁ ୫୫ ରନ୍‌ରେ ହରାଇଲା ହାଇଦ୍ରାବାଦ, ତଥାପି ଟପ୍-୨ରେ ମିଳିଲାନି ସ୍ଥାନ।

 

୨୦-ଜବଲପୁର:ତ୍ୱିଶା ଶର୍ମା ମୃତ୍ୟୁ ମାମଲା, ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ପହଞ୍ଚିଲା ସ୍ୱାମୀ ସମର୍ଥ, ଭୋପାଳ ଯିବାକୁ ଜଜ୍‌ଙ୍କ ନିର୍ଦ୍ଦେଶ।

 

୨୧-ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ, ଆଫଗାନିସ୍ତାନକୁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ।

 

୨୨-ଓ୍ବାଶିଂଟନ୍:ଯୁଦ୍ଧରେ ଲାଗିବ ବ୍ରେକ୍, ଖୁବଶୀଘ୍ର ଆମେରିକା -ଇରାନ ଶାନ୍ତି ରାଜିନାମା।

You may have missed