ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ ପ୍ରଧାନମନ୍ତ୍ରୀ ଙ୍କ ଅପିଲର ବଡ଼ ପ୍ରଭାବ ଦେଖିବାକୁ ମିଳିଛି………
.
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ସରକାରୀ ଗାଡ଼ି ଛାଡ଼ି ସକାଳୁ ଚାଲିଚାଲି ସହରର ଗଳିକନ୍ଦି ଠାରେ ସଫେଇ କାର୍ଯ୍ୟ ଚାଲିଛି କି ନାହିଁ ତାହା ତଦାରଖ କରିବା ପାଇଁ ବୁଲୁ ଥିବା ଦେଖିବାକୁ ମିଳିଛି । ପରିବେଶ ସୁରକ୍ଷା ଏବଂ ଇନ୍ଧନ ସଞ୍ଚୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ପ୍ରଧାନମନ୍ତ୍ରୀ ଙ୍କ “ଇନ୍ଧନ ବଞ୍ଚାଅ” ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ଏହି ପଦକ୍ଷେପ ନେଇଛନ୍ତି । ନିଜ ବାସଭବନରୁ ବାହାରି ସମସ୍ତ ୱାର୍ଡ ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି । ଜଣେ ପୈରପରିଷ ର କାର୍ଯ୍ୟନିର୍ବାହୀ ଅଧିକାରୀ ସାଧାରଣ ଲୋକଙ୍କ ଭଳି ଚାଲି ଚାଲି ଯାଉଥିବାର ଦେଖି ଅନେକ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସା କରୁଛନ୍ତି । ନିର୍ବାହୀ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଇନ୍ଧନ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।
ତାହାକୁ ଧ୍ୟାନରେ ରଖି ମୁଁ ସମସ୍ତ ୱାର୍ଡ ଚାଲିକି ବୁଲିବାର ନିଷ୍ପତି ନେଇଛି। ଏହାସହ ଜନସାଧାରଣ ଙ୍କୁ ମଧ୍ୟ ବାର୍ତ୍ତା ଯିବ । ଇନ୍ଧନର ସଦୁପଯୋଗ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜିର ଛୋଟ ଛୋଟ ପ୍ରୟାସ, ଆସନ୍ତାକାଲି ପାଇଁ ଏକ ସ୍ୱଚ୍ଛ ଓ ସୁରକ୍ଷିତ ପୃଥିବୀ ଗଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । ଏସିଆ ସଂକଟର ଗମ୍ଭୀର ପରିଣାମକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପେଟ୍ରୋଲ-ଡିଜେଲ୍ ବ୍ୟବହାର କମ କରିବା ପାଇଁ ନିବେଦନ କରିଥିଲେ । ପେଟ୍ରୋଲ-ଡିଜେଲ ବ୍ୟବହାର କମ କରିବା ସହ ଅନାବଶ୍ୟକ ବିଦେଶ ଯାତ୍ରା ନକରିବାକୁ ଅପିଲ୍ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଅପିଲକୁ କାର୍ଯ୍ୟକାରୀ କରିଛନ୍ତି । ସେ ନିଜ ସରକାରୀ କାରକେଡରେ ସାମିଲ ଥିବା ଗାଡ଼ି ସଂଖ୍ୟାକୁ ଯଥେଷ୍ଟ ହ୍ରାସ କରିଛନ୍ତି । ରାଜ୍ୟ ସରକାର ମଧ୍ୟ କାରକେଡରେ ସାମିଲ ଥିବା ଗାଡ଼ି ସଂଖ୍ୟାକୁ ହ୍ରାସ କରିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରାସ୍ତାକୁ ଆପଣାଇଛନ୍ତି ।
