September 25, 2026

ପ୍ରଜ୍ଞା ନୃତ୍ୟାୟନର ଚତୁର୍ଥ ନବ ପ୍ରତିଭା ଉତ୍ସବ 

IMG-20260522-WA0047
Share

ବୁଗୁଡ଼ା : ତା ୨୨/୦୫/୨୬ : ସ୍ଥାନୀୟ ନୃତ୍ଯ ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ବୁଗୁଡା ନୂଆଁ ବସଷ୍ଟାଣ୍ଡ ନିକଟସ୍ଥ ମୀନାବଜାର ପଡିଆରେ ଚତୁର୍ଥ ନବ-ପ୍ରତିଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞା ନୃତ୍ୟାୟନର ବୁଗୁଡା ଶାଖା ପରିଚାଳକ ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବକୁ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ପ୍ରାକ୍ତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଅଧିବକ୍ତା ହର ପ୍ରସାଦ ଦାଶ, ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟି ତଦଶା ତପସ୍ବିନୀ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ, ପ୍ରମୁଖ ଯୋଗ ଦେଇ ନୃତ୍ୟ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଏ ଅବସରରେ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏଥି ସହ ଉଦଘୋଷକ ବଳରାମ ପ୍ରଧାନଙ୍କ ସଂଯୋଜନାରେ ପ୍ରଜ୍ଞା ନୃତ୍ୟାୟନର କଳାକାରଙ୍କ ଦ୍ଵାରା ନୃତ୍ଯ ପରିବେଷଣ କରାଯାଇଥିଲା ବେଳେ ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ।

You may have missed