ବିଜୁଳି ସର୍ଟସର୍କିଟ ରୁ ଦୁଇ ପରିବାର ଙ୍କ ଘର ପୋଡି ପାଉଁଶ ସର୍ବସ୍ୱ ହରାଇ ଗ୍ରାମ ସରପଞ୍ଚଙ୍କ ଘରେ ନେଲେ ଆଶ୍ରୟ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଅଁରପାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଆଜି ଅପରାହ୍ଣ ସମୟରେ ବିଜୁଳି ସର୍ଟସର୍କିଟ ରୁ ଦୁଇ ପରିବାରଙ୍କ ଘର ପୋଡି ପାଉଁଶ ହୋଇଯାଇଛି ।ସୂଚନା ମୁତାବକ ଆଜି ଅପରାହ୍ଣ ସମୟରେ ପ୍ରମିଳା ଗଡନାୟକ ଓ ନର୍ମଦା ଗଡନାୟକ ଙ୍କ ପରିବାର ରୋଷେଇ କରି ଘରେ ଟିଭି ଦେଖୁଥିବା ବେଳେ ବିଜୁଳି ସର୍ଟସର୍କିଟ ହୋଇ ତାର ଗୁଡିକ ନିଆଁ ଧରିଥିଲା। ପରିବାରଲୋକେ ଭୟରେ ଘର ବାହାରକୁ ଦୌଡ଼ି ଆସି ପଡୋଶୀ ଲୋକଙ୍କୁ ଡାକ ପକାଇ ଥିଲେ । ସେହି ସମୟ ମଧ୍ୟରେ ଚାଳ ଘର ନିଆଁ ହୁତୁ ହୁତୁ ହୋଇ ଖୁବ ଜୋର୍ ରେ ଲାଗି ଯାଇଥିଲା। ପଡୋଶୀ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ବଅଁରପାଳ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମରେ ବଡ଼ ଅଗ୍ନିକାଣ୍ଡ ରୁ ରକ୍ଷା କରିଥିଲେ। ହେଲେ ନର୍ମଦା ଗଡନାୟକ ଓ ପ୍ରମିଳା ଗଡନାୟକ ଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହେବା ସହ ପିନ୍ଧା ବସ୍ତ୍ର, ପିଲା ମାନଙ୍କ ପାଠପଢା ବହି, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ସୁନାଗହଣା ଓ ଘରେ ରଖିଥିବା ଏକ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପଞ୍ଚାୟତ ସରପଞ୍ଚ ଅନୁସୂୟା ଗଡନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ସମସ୍ତ ସାହାର୍ଯ୍ୟ ଯୋଗାଇବା ସହ ପ୍ରସାଶନ ପକ୍ଷରୁ ସହାୟତା ପାଇଁ ଆହ୍ଵାନ ଜଣାଇଛନ୍ତି।
