May 23, 2026

ପାରାଦୀପ ରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟି ର ଦୁଇଦିନିଆ ପ୍ରଶିକ୍ଷଣ ଶିବିର

IMG-20260522-WA0034
Share

     ପାରାଦୀପ ରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟି ର ଦୁଇଦିନିଆ ପ୍ରଶିକ୍ଷଣ ଶିବିର l ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ରେ ପାରାଦୀପ ରେ ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ l ଭାରତୀୟ ଜନତା ପାର୍ଟି ଏକମାତ୍ର ରାଜନୈତିକ ଦଳ ଯେଉଁଥିରେ ପ୍ରତ୍ୟେକ ବର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏହି ପ୍ରଶିକ୍ଷଣ ପ୍ରଥମେ ରାଜ୍ୟ ରୁ ଆରମ୍ଭ ହୋଇ ଜିଲ୍ଲା, ମଣ୍ଡଳ, ବ୍ଲକ ଓ ପଞ୍ଚାୟତ ସ୍ତରରେ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ l ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣ ରୁ ହର୍ମୁଜ ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାଦ୍ୱାରା ପାରାଦୀପ ଇଫକୋ କମ୍ପାନୀ ରେ କଞ୍ଚାମାଲ ଅଭାବ ରୁ ଉତ୍ପାଦନ ବନ୍ଦ ହେବା ପ୍ରସଙ୍ଗ ରେ ଏହା ପ୍ରଧାନମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି, ଏଥିପ୍ରତି ବିବ୍ରତ ହେବାର ଆବଶ୍ୟକ ନାହିଁ, ଚାଷ କ୍ଷେତରେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କୁ ଗୁରୁତ୍ୱ ଦେବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ l ଦେଶରେ ସଙ୍କଟ ପରିସ୍ଥିତି ରେ ପ୍ରଧାନମନ୍ତ୍ରୀ ନେଉଥିବା ଅନେକ ପଦକ୍ଷେପ ସଫଳ ହୋଇଛି l ଯେଉଁଭଳି କରୋନା ମହାମାରୀ ସମୟରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଥିଲା ସେହି ସମୟରେ କୋଭିଡ ଟୀକା ଉଦ୍ଭାବନ କରିବା ସହିତ ଆମ ଦେଶରେ କରୋନା କୁ ପ୍ରତିହତ କରିବା ସହିତ ବିଦେଶ କୁ ମଧ୍ୟ କୋଭିଡ ଟୀକା ରପ୍ତାନି କରାଯାଇଥିଲା l ଦିନଥିଲା ଭାରତ ବର୍ଷରେ ଖାଦ୍ୟ ସଙ୍କଟ ସୃଷ୍ଟି ହେଉଥିଲା, ଯାହାଦ୍ୱାରା ଆମଦେଶ ଖାଦ୍ୟ ପାଇଁ ବାହାର ଦେଶ ଉପରେ ନିର୍ଭର କରୁଥିଲା, ଆଜି ସମୟ ବଦଳିଛି, ଆତ୍ମନିର୍ଭର ଭାରତ ବର୍ଷରେ ଆଜି ଆମେ ଖାଦ୍ୟଶସ୍ୟ ବାହାର ଦେଶକୁ ରପ୍ତାନି କରୁଛେ l ଯାହା ପ୍ରଧାନମନ୍ତ୍ରୀ ଙ୍କ ଉଚ୍ଚଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଶୈଳୀ ପାଇଁ ସମ୍ଭବ ହୋଇପାରିଛି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗ କୁ ନେଇ ପ୍ରତିକ୍ରିୟା ରଖିବା ସହିତ ଆଜି ଲୋକମାନେ ଘରେ ଏସି ଠାରୁ ଆରମ୍ଭ କରି ବିଭିନ୍ନ ବୈଦ୍ୟୁତିକ ଉପକରଣ ର ବହୁଳ ବ୍ୟବହାର କାରଣରୁ ବିଦ୍ୟୁତ କାଟ ହେଉଛି l ଏ ନେଇ ପଦକ୍ଷେପ ନିଆଯାଇଛି, ଯଥାଶୀଘ୍ର ବିଦ୍ୟୁତ ବିତରଣ ସଂସ୍ଥା ସହିତ ଆଲୋଚନା କରାଯାଇ ଏହି ବିଦ୍ୟୁତ କାଟ କୁ ରୋକାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ l(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )