ଅର୍ବାନ ହସ୍ପିଟାଲ ପକ୍ଷରୁ ଚକ୍ଷୁ ପରିକ୍ଷା ଓ ଅସ୍ତ୍ରୋପଚାର ସିବିର
ଅସ୍ତରଙ୍ଗ, ଅର୍ବାନ ହସ୍ପିଟାଲ, ମଧୁପଟଣା କଟକ ତରଫରୁ ବୁଧବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ଗ୍ରାମପଞ୍ଚଯାତ କାର୍ଯ୍ୟାଳୟ ପରି ସରରେ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ସିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ସିବିର କୁ ସରପଞ୍ଚ କ୍ଷୀରୋଦ କାଣ୍ଡି ଉଦଘାଟନ କରିଥିଲେ l ଏହି ସିବିର ରେ ଆଖ ପାଖ ଅଞ୍ଚଳ ର ବହୁ ବୟସ୍କ ପୁରୁଷ ଓ ମହିଳା ଯୋଗ ଦାନ କରି ସେମାନ ଙ୍କର ଚଷୁ ପରୀକ୍ଷା କରିଥିଲେ l ଅର୍ବାନ ହସ୍ପିଟାଲ, ଅର୍ବାନ ଭିଯନ କ୍ୟାର ସେଣ୍ଟର କଟକ, ର ଚନ୍ଦ୍ରରାଜ ଭଟ,କ୍ୟାମ୍ପ ମ୍ୟାନେଜର ଡ଼କ୍ଟର କିଶୋର ଚନ୍ଦ୍ର ସାହୁ, ଓ ଏ, ଟେକ୍ନିସିଆନ ଶୁଭସିଶ ଦାସ,ପ୍ରମୁଖ ଚକ୍ଷୁ ପରିକ୍ଷା କରି ଓ ପି ଡି – ୬୫ ଜଣ, ଚଷମା ୪୦ଜଣ ଙ୍କୁ ଦିଆ ଯିବା ସହ ଓ କଟକ ଅପରେସନ ପାଇଁ ୬ଜଣ ରୋଗୀ ରହିଥିବା ଜଣା ପଡିଛି l ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଦୁଃସାଶନ ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧି କାରୀ,ଜି ଆର ଏସ ଓ ପିଅନ ହଡ଼ୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ l
