June 8, 2026

ତାଳଚେର ଥାନାରେ ଯୋଗଦେଲେ ନୂତନ ଅଧିକାରୀ

IMG-20260518-WA0028
Share

 

ତାଳଚେର, ୧୮/ ୦୫ ତାଳଚେର ଥାନାରୁ ଦିଗବିଜୟ ବିଶ୍ୱାଳଙ୍କର ଛେଣ୍ଡପଦାକୁ ବଦଳି ହେବାପରେ ଏଠାକୁ ନୂତନଭାବେ ସେହି ଛେଣ୍ଡିପଦା ଥାନାରୁ ବିଭୂଦତ ରାଉତରାଏଙ୍କୁ ତାଳଚେର ଥାନାରେ ଅବସ୍ଥାପିତ କରାଯାଇଛି । ଶ୍ରୀ ବିଶ୍ୱାଳ ରାଉତରାଏଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ଆଗାମୀ ଦିନରେ ତାଳଚେର ଅଂଚଳ କିଭଳି ଭାବେ ଶାନ୍ତିଶୃଙ୍ଖଳା, ବ୍ରାଉନସୁଗାର ମୁକ୍ତ ଏବଂ ଅପରାଧ ମୁକ୍ତ ଅଂଚଳଭାବେ ଗଠନ କରାଯାଇ ପାରିବ ସେ ଉପରେ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି