ପିପିଲା ହାଣ୍ଡି ଗ୍ରାମରେ ଅନୁପଯୁକ୍ତ ସ୍ଥାନରେ ବେଆଇନ ଆର ଏମ ସି ପିଣ୍ଡି କାମ ବନ୍ଦ କରିବା ପାଇଁ ତହସିଲଦାରଙ୍କ ଦ୍ୱାରସ୍ତ ଚାଷୀ.
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଚାନ୍ଦିଲି ପଞ୍ଚାୟତ ପିପିଲା ହାଣ୍ଡିଗ୍ରାମରେ ଅନୁପଯୁକ୍ତ ସ୍ଥାନରେ ପିଣ୍ଡି କାମକୁ ବନ୍ଦ କରିବା ପାଇଁ ସୋମବାର ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଚାଷୀ. ଚାଷୀଙ୍କ କହିବା ଅନୁଯାୟୀ ଚାନ୍ଦିଲି ପଞ୍ଚାୟତ ଦେଉଡ଼ା ମୌଜା ରେ ଥିବା ପତିତ ଜମି 2.35ac. ପ୍ଲଟ ନ 223ଏବଂ ଖାତା ନ 134ରେ ପିଣ୍ଡି କରିବା ପାଇଁ ଉପ ଜ଼ିଲ୍ଲା ପାଳ କାର୍ଯାଳୟ ଜୟପୁର ଙ୍କ ପତ୍ର ସଂଖ୍ୟା 1295.ଆର ଏମ ସି 2025ଅନୁଯାଇ 18.10.25ତାରିଖ ରେ କୋଟପାଡ଼ ତହସିଲଦାରଙ୍କୁ ଚିଠି ହୋଇଥିଲା ଦେଉଡ଼ା ମୌଜାରେ ପିଣ୍ଡି କରିବା ପାଇଁ କିନ୍ତୁ ଏକ ସପ୍ତାହ ହେବ ପିପିଲା ହାଣ୍ଡି ରେ କାମ ଆରମ୍ଭ କରାଯାଇଛି. ଏ ନେଇ ଜ଼ିଲ୍ଲା ପାଳ. କୋରାପୁଟ. ଉପ ଜ଼ିଲ୍ଲା ପାଳ ଜୟପୁର ଏବଂ ସମ୍ପାଦକ ଜୟପୁର ଙ୍କୁ ଲିଖିତ ଜଣା ଯାଇଥିଲା. ଉଭୟ ପକ୍ଷ ଙ୍କୁ ଖବର ଦେଇ ଆପୋଷ ବୁଝାମଣା ରେ ଉପଯୁକ୍ତ ସ୍ଥାନ ରେ କାମ କରିବା ପାଇଁ ଉପ ଜ଼ିଲ୍ଲା ପାଳ ପରାମର୍ଶ ଦେଇଥିଲେ କିନ୍ତୁ ତହସିଲ କାର୍ଯାଳୟ ରେ ଗୋଟିଏ ପକ୍ଷ ଙ୍କୁ ଖବର ଦେଇ କାମ ଚାଲୁ ଥିବାରୁ ଆଜି ଚାଷୀ ଜ଼ିଲ୍ଲା ପାଳଙ୍କ ମିଳିତ ଜନ ଶୁଣାଣି ବୋରିଗୁମ୍ମା ଠାରେ ଅଭିଯୋଗ କରିବା ସହ କୋଟପାଡ଼ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିବାର ଜଣାଯାଇଛି.ଏକ ସପ୍ତାହ ରୁ ଉର୍ଦ୍ଧ ଦିନ ହେବ ପ୍ରଶାସନ କୁ ଲିଖିତ ଜଣାଇଲୁ. ତୁରନ୍ତ କାମ ବନ୍ଦ ନ କଲେ ଚାଷୀ ଛତିଶଗଡ଼ ସୀମାନ୍ତ ରାଜ ରାସ୍ତାରେ ଆନ୍ଦୋଳନ ରେ ବସିବେ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
