June 8, 2026

ଫଳରେ ବ୍ୟବହାର ହେଉଛି ରସାୟନିକ ଦ୍ରବ୍ଯ,ଯାଞ୍ଚ କରୁନି ଖାଦ୍ୟ ନିରାପତ୍ତା ବିଭାଗ। 

IMG-20260518-WA0020
Share

ବୋଲଗଡ଼,୧୮/୦୫(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଥିବା ରାସ୍ତା କଡ଼ରେ ଥିବା ଫଳ ଦୋକାନରେ ବିଭିନ୍ନ ପ୍ରକାରର ଗଦା ଗଦା ଫଳର ପସରା ମେଲିଛି। ଅଧିକ ଦିନ ତାଜା, ସୁସ୍ୱାଦୁ ଓ ଶିଘ୍ର ପାଚିବାକୁ ଏଥିରେ ବ୍ୟବହାର ହେଉଛି ରଙ୍ଗ ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ। ଯାହା ମଣିଷ ଶରୀର ପାଇଁ ଆଦୌ ଉପଯୋଗୀ ନୁହେଁ। ସାବିତ୍ରୀ ବ୍ରତ ପାଇଁ ଗ୍ରାମ ଠାରୁ ବଜାର ପର୍ଯ୍ୟନ୍ତ ଛକ ବଜାରରେ ଓ ଫଳ ଦୋକାନ ଗୁଡିକରେ ବହୁ ପରିମାଣରେ ଗଦା ହୋଇଛି ଆମ୍ବ, କଦଳୀ, ସେଓ, ସେପେଟା,ଡାଳିମ୍ବ,ତରଭୂଜ,ପିଜୁଳି,ଲିଚୁ ସମେତ ବିଭିନ୍ନ ମନଲୋଭା ଫଳ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ସ୍ୱାସ୍ଥ୍ୟ ଚିକିତ୍ସା ଗବେଷଣା ରିପୋର୍ଟ ଅନୁସାରେ ବଜାରରେ ବିକ୍ରୀ ହେଉଥିବା ୭୫ ଶତକଡ଼ା ଫଳରେ କ୍ୟାଲସିୟମ କାର୍ବାଇଡ, ଇଥିଲିନ୍, ଅକ୍ସିଟୋସିନ ଓ କୂତ୍ରିମ ରସାୟନିକ ବ୍ୟବହାର ହେଉଛି। ଶୀଘ୍ର ପାଚିବା,ଫଳ ଗୁଡିକ ସୁନ୍ଦର ଦେଖାଯିବା ସହିତ ଅଧିକ ଦିନ ରଖିବା ପାଇଁ ଏହି ମାରାତ୍ମକ ରସାୟନିକ ଦ୍ରବ୍ଯ ମିଶାଯାଉଛି। ପାଚିଲା ତରଭୂଜ ହେଉ ଅବା ପାଚିଲା କଦଳୀ ହେଉ ପାଟିକୁ ସୁସ୍ୱାଦୁ ଲାଗୁଥିଲେ ମଧ୍ୟ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତରଭୁଜକୁ ଲାଲ ଓ ମିଠା ପାଇଁ ସିରିନ୍ଜରେ ରସାୟନିକ ଦ୍ରବ୍ଯ ଭର୍ତ୍ତି କରାଯାଇଛି। ଏହି ତରଭୁଜକୁ ବଜାରରୁ ଆଣି ଘରେ ତିନି ରୁ ଚାରି ଦିନ ଘରେ ରଖିଲେ ତା ଭିତରେ ପଚି ଖାଲି ନାଲି ପାଣି ବାହାରିବା ସହିତ ଦୁର୍ଗନ୍ଧ ବାହାରିଥାଏ। ଚିକ୍କଣ ଦେଖାଯାଉଥିବା ସେଓ ଉପର ଭାଗକୁ ରାମ୍ପିଦେଲେ ମହମ ଭଳି ଧଳାଧଳା ପ୍ରଲେପ ବାହାରୁଛି। ଏନେଇ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ କରାଯାଉ ନାହିଁ। କିମ୍ବା ନମୁନା ସଂଗ୍ରହ କରାଯାଉନାହିଁ। ଫଳ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ବୈଧ ଲାଇସେନ୍ସ ଯାଞ୍ଚ ବି ହେଉନାହିଁ। ଖାଦ୍ୟ ସୁରକ୍ଷା ଆଇନ ୨୦୬ଅନୁସାରେ, କାର୍ବାଇଡ ବ୍ୟବହାର ଦଣ୍ଡନୀୟ ଅପରାଧ। କିନ୍ତୁ ଆଜି ପର୍ଯ୍ୟନ୍ତ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଖୁଲୁମ ଖୋଲା ଫଳ ବ୍ୟବସାୟ କରୁଥିବା ବେପାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହାକି ଜନସାଧାରଣ ମନରେ ଅସନ୍ତୋଷ ପ୍ରକାଶ ପାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇଲେ ଖାଦ୍ୟ ନିରାପତ୍ତା ବିଭାଗକୁ ପଠାଇ ଯାଞ୍ଚ କରାଯାଇ ପାରିବ।

You may have missed