ଉଦଯାପିତ ହେଲା ୧୯ତମ ସୁଦର୍ଶନ ମହାନ୍ତି ସ୍ମୁତି ଓଡିଶା ଓପନ ଚେସ ଟୁର୍ନାମେଣ୍ଟ ୨୦୨୬
ଗତକାଲି ସନ୍ଧ୍ୟାରେ ପୁରୀର ସୁନ୍ଦରା ଜାଗା ପରିସରରେ ୧୯ତମ ସୁଦର୍ଶନ ମହାନ୍ତି ସ୍ମୁତି ଓଡିଶା ଓପନ ଚେସ ର ଉଦଯାପନୀ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା ପୋଲିସ ସୁପରିଟେଣ୍ଡ ପ୍ରତିକ ସିଂ, ସମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ମହାପାତ୍ର, ଡ଼ଃ ବିମଳ ପ୍ରସାଦ ମହାନ୍ତି ଯୋଗଦାନ କରି କୃତି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
