September 1, 2026

ଜଳଗଣନାରେ ଓବିସିଙ୍କୁ ଅନ୍ତର୍ଭୁକ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯୁଯୋମୁରା ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ 

IMG-20260514-WA0026
Share

ସମ୍ବଲପୁର,୧୪/୦୫(): ଚଳିତ ଜନଗଣନାର ପ୍ରଶ୍ନIବଳୀ ୧୨ ନମ୍ବର ପ୍ରଶ୍ନ (ଯାହା ଓଡିଶା ରାଜ୍ୟରେ ୧୩ ନମ୍ବର ପ୍ରଶ୍ନ)ରେ ପଛୁଆ ବର୍ଗ (ଓବିସି)ଙ୍କ ଗଣନାର କୌଣସି ଉଲ୍ଲେଖ ନାହିଁ । ଅର୍ଥାତ୍ ସରକାର ଓବିସିଙ୍କ ଗଣନା କରୁ ନାହାନ୍ତି । ଏହା ହେଲେ ଓବିସିଙ୍କୁ କୌଣସି ସାମାଜିକ ନ୍ୟାୟ ମିଳିବ ନାହିଁ । ଭାରତର ସର୍ବବୃହତ ପଛୁଆ ବର୍ଗ(ଓବିସି)ଙ୍କ ଜାତି ଜନଗଣନା ନ ହେବାରୁ ତାଙ୍କର ବିକାଶ ପାଇଁ ସମୁଚିତ ପଦକ୍ଷେପ ଏଯାବତ୍ ନିଆଯାଇ ପାରିନାହିଁ । ସେମାନେ ଜାତୀୟ ବିକାଶର ମୂଳ ସ୍ରୋତରେ ସାମିଲ ହୋଇପାରି ନାହାନ୍ତି । ଓଡିଶା ରାଜ୍ୟରେ ଓବିସି ମାନେ ଶିକ୍ଷା, ଚାକିରୀ ଏପରି କି ପଞ୍ଚାୟତିରାଜରେ ବି ସମାନୁପାତିକତ ଦୂରର କଥା ୨୭% ପ୍ରତିନିଧିତ୍ୱ ପାଇନାହାନ୍ତି । ଏହା ସ୍ପଷ୍ଟ ଯେ, ଓବିସିଙ୍କ ଜାତି ଜନଗଣନା ତଥ୍ୟ ବିନା ପଛୁଆ ବର୍ଗଙ୍କ ବିକାଶ ଅସମ୍ଭବ I କେନ୍ଦ୍ର ସରକାର ଗତ ୩୦ ଏପ୍ରିଲ ୨୦୨୫ କେବିନେଟ ବୈଠକରେ ଜାତି ଜନଗଣନା କରା‌ଯିବ ବୋଲି ପ୍ରତିଶୃତି ଦେଇଥିଲେ ହେଁ, ଏବଂ ୨୦୨୬-୨୭ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲେ ହେଁ ଦେଶର ମୋଟ ଜନ ସଂଖ୍ୟାର ୫୨% ପଛୁଆ ବର୍ଗ(ଓବିସି) ଙ୍କ ଗଣନା କରା ନ ଯିବା ପରିତାପର ବିଷୟ ଅଟେ I ଏହି ମର୍ମରେ ଗୁରୁବାର ଜ଼ିଲ୍ଲା ଓବିସି ମଞ୍ଚ ଯୁଯୋମୁରା ବ୍ଲକ ଶାଖା ପକ୍ଷରୁ ଜଳଗଣନା ପ୍ରଶ୍ନIବଳୀରେ ଓବିସି ଯୋଡିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ଯୁଯୋମୁରା ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା I ଯୁଯୋମୁରା ବ୍ଲକର ବରିଷ୍ଠ ଓବିସି କର୍ମୀ ଶ୍ରୀ ଟେକମଣି ପ୍ରଧାନ ଦାବି ପତ୍ର ପଠନ କରିଥିବାବେଳେ ତହସିଲଦାର ଶ୍ରୀ ପ୍ରଭାସ ବୁଡ଼ାୟକ ଦାବି ପତ୍ର ଗ୍ରହଣ କରିଥିଲେ I ଏହି ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶ୍ରୀ ଶଙ୍କର କୁମାର ପାତ୍ର ଯୋଗଦାନ କରି କହିଥିଲେ ଯେ, ତିନୋଟି ଯାକ ପଛୁଆ ବର୍ଗ କମିଶନ – କାକା କାଲେଲକର (୧୯୫୩-୫୫), ମଣ୍ଡଳ କମିଶନ (୧୯୭୯-୮୦), ରୋହିଣୀ କମିଶନ ( ୨୦୧୮-୨୩) ଓବିସି ଜାତି ଜନଗଣନା କରିବାକୁ ସରକାରଙ୍କୁ ସୁପାରିଶ କରିଛନ୍ତି । ତଥ୍ୟ ବିନା ପଛୁଆ ବର୍ଗଙ୍କ ବିକାଶ ପାଇଁ ଯୋଜନା ଅର୍ଥ-ବରାଦ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ନାହିଁ । ଏଣୁ ପଛୁଆ ବର୍ଗଙ୍କ ଜନଗଣନା ଓବିସିଙ୍କ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ ଅଟେ । ଦେଶ ଏବଂ ସମାଜର ସାମଗ୍ରିକ ସ୍ୱାର୍ଥ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ହୋଇ ସରକାର ଅବିଳମ୍ବେ ଚଳିତ ଜନ ଗଣନାରେ ପଛୁଆ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରନ୍ତୁ I ଜ଼ିଲ୍ଲା ଓବିସି ମଞ୍ଚର ଆବାହକ ସରୋଜ ସାହୁ, ବରିଷ୍ଠ ଓବିସି କର୍ମୀ ସର୍ବଶ୍ରୀ କୃପାସିନ୍ଧୁ ଖମାରି, ଲଷ୍ମୀଧର ଦେହୁରୀ, ରଞ୍ଜନ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ଶଶୀ ପ୍ରଧାନ, ବୀରେନ୍ଦ୍ର କେଶରୀ ପଶାୟତ, ନରେଶ ପ୍ରଧାନ, ଟଙ୍କଧର ପ୍ରଧାନ, ଲଷ୍ମୀକାନ୍ତ ବିଶ୍ୱାଳ, ବୈରାଗୀ ଦେହୁରୀ, କ୍ଷୀରୋଦ ଚନ୍ଦ୍ର ସାହୁ, ଘନ ଶ୍ୟାମ ସାହୁ, ଦୟାସାଗର ପ୍ରଧାନ, ବୀରେନ୍ଦ୍ର ବାରିକ, ଦିଲୀପ କୁମାର ରାଉତ, ପ୍ରହଲ୍ଲାଦ ପ୍ରଧାନ, ରାଜିନ୍ଦ୍ର କୁମାର ସାହୁ, ରାଜ କୁମାର ସାହୁ, ପ୍ରଦୀପ କୁମାର ପରିଡା, ଲଷ୍ମୀକାନ୍ତ ବିଶ୍ୱାଳଙ୍କ ସମେତ ଯୁଯୋମୁରା ବ୍ଲକ ର ବହୁ ଜାତି ସମ୍ପ୍ରଦାୟର ଶତାଧିକ ଓବିସି କର୍ମୀ ଉପସ୍ଥିତ ଥିଲେ I

You may have missed