May 10, 2026

ବିଶ୍ୱ ମାତୃ ଦିବସ ଉପଲକ୍ଷେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା 

IMG-20260510-WA0042
Share

ବୋଲଗଡ଼,( ଉପାନ୍ତ ଖବର ମାନସ ରଞ୍ଜନ କର)ତା 10/05: ରବିବାର ଦିନ ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ଼ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ

ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଯାଇଛି. ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ମାଣିବନ୍ଧ ସାଧନ କେନ୍ଦ୍ର ସଂଯୋଜକ ବିପିନ ବିହାରୀ ସ୍ବାଇଁଙ୍କ ତତ୍ୱାବଧାନରେ ଯଥାକ୍ରମେ

‘ବିଶ୍ୱ ମାତୃ ଦିବସ’ ପ୍ରସଙ୍ଗ ଉପରେ ବକ୍ତୃତା ଓ ‘ମାତୃ ଭକ୍ତି ‘ପ୍ରସଙ୍ଗ ଉପରେ ଅଭିନୟ ପ୍ରତିଯୋଗିତା ଆଭାସୀ ପଦ୍ଧତିରେ ମଣ୍ଡଳ ସ୍ତରରେ ଅନୁଷ୍ଠିତ ହୋଇଯାଇଛି.

ଅଭିନୟରେ ଉପକନିଷ୍ଠ ବିଭାଗରେ

ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ଵର୍ଣ୍ଣଲତା ବେହେରା ପ୍ରଥମ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଜଗଦିଶ ଜେନା ଦ୍ଵିତୀୟ ଓ ଖଙ୍ଗୁରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅନନ୍ୟା

ସିଂହଦେଓ ତୃତୀୟ, କନିଷ୍ଠ ବିଭାଗରେ ସମ୍ପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଜାଗୃତି ପ୍ରଭା ସାହୁ ପ୍ରଥମ, ଅସରଳା ସରକାରୀ ଉଚ୍ଚ ପ୍ରାଥମିକ

ବିଦ୍ୟାଳୟର ପୂଜାରାଣୀ ମରାଟୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ.

ବକ୍ତୃତାରେ ଉପକନିଷ୍ଠ ବିଭାଗରେ

ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଆରାଧନା ତ୍ରିପାଠୀ

ପ୍ରଥମ, କନିଷ୍ଠ ବିଭାଗରେ

ଘୋରଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା

ଦତ୍ତ ପ୍ରଥମ ଓ ସେହି ବିଦ୍ୟାଳୟର

ସ୍ୱାତିପର୍ଣ୍ଣା ସେଠୀ ଦ୍ଵିତୀୟ, ବରିଷ୍ଠ

ବିଭାଗରେ ପିଚୁକୁଳି ଆଦର୍ଶ ବିଦ୍ୟାଳୟର ଅଭିପ୍ସା ଦାସ ପ୍ରଥମ

ସ୍ଥାନ ଅଧିକାର କରିଥିଲେ.ଉକ୍ତ

ସଂସ୍କାର ସମ୍ବନ୍ଧୀୟ ପ୍ରତିଯୋଗିତା

ପରିଚାଳନାରେ ଅନ୍ୟ ବାର ଜଣ

ସାଧନ କେନ୍ଦ୍ର ସଂଯୋଜକ ସହଯୋଗ କରିଥିଲେ.

ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ

ପୁରସ୍କୃତ କରାଯିବ ବୋଲି ଗୋଷ୍ଠୀ

ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ମତ ବ୍ୟକ୍ତ କରିଛନ୍ତି.