September 1, 2026

କ୍ୟାନସର ରୋଗୀ ପୀଡ଼ିତ ବାସ ଭବନ ରେ ବିଧାୟକ

IMG-20260508-WA0036
Share

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିର ବୁଟୁ ମହାନ୍ତି ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କ୍ୟାନସର ରୋଗ ରେ ପୀଡ଼ିତ ହୋଇଥିଲେ, ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ , ସେଠିକାର ପ୍ରଦୂଷଣ ଯୋଗୁ ମୁଖ ଖର୍କଟ ରେ ଆକ୍ରାନ୍ତ ହେବାରୁ ସେଠାରୁ ଚାଲି ଆସିଥିଲେ , ତାଙ୍କ ପରିବାର ରେ 8 ଜଣ ସଦସ୍ୟ ଥିବଳେଲେ,ସେ ଜଣେ ହିଁ ରୋଜଗାରିଆ ଥିଲେ, ବର୍ତ୍ତମାନ ତାଙ୍କ ପରିବାର ପଷଣ ପାଇଁ କେହି ନଥିବା ବେଳେ, ନିଜ ରୋଗ ପାଇଁ ଔଷଧ କିଣିବା ପାଇଁ ବି ସମ୍ଭବ ହେଉନଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ଖବର ମିଳିଛି, ସେ ବିଗତ ଦିନ ରେ ସବୁ ପ୍ରକାର ସୁବିଧା ସରକାର ସ୍ତର ରୁ ପାଉଥିବା ବେଳେ ବର୍ତ୍ତମାନ ସିମିତି ଅର୍ଥ ସରକାର ଦେଉଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଖବର ପାଇ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନ ରେ ପହଞ୍ଚି ତାଙ୍କ ସମସ୍ୟା ସବୁ ଦେଖିଥିଲେ, ସେ ତାଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ପୂର୍ବରୁ ସେଇ ସାହି ର ଆଉଜଣେ କର୍କଟ ରୋଗୀ ର ଦାୟିତ୍ଵ ନେଇ ତାଙ୍କୁ ସମ୍ପୂର୍ଣ ନିରୋଗ କରିବା ପ୍ରଜନ୍ତ୍ ଦେଖାଶୁଣା କରିଥିଲେ ବିଧାୟକ ତାଙ୍କ ଟିମ୍, ଏଭଳି କାର୍ଯ୍ୟ କରିଥିବାରୁ ଗୁମ୍ମା ବାସି ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଲେ

You may have missed