May 14, 2026

ସୀମାରେ ପୋଲିସ ପକ୍ଷରୁ ସଚେତନତା ଯୁଭେଣ୍ଟିକା

IMG-20260508-WA0035
Share

 

 

ପଡିଆ, ୦୮/୦୫ : ରାଜ୍ୟବ୍ୟାପୀ ଚାଇଲ୍ଡ ଫ୍ରେଣ୍ଡଲି ଥାନା ଗଠନ ନିମନ୍ତେ ରାଜ୍ୟ ପୋଲିସ୍ ମହାନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କିଶୋରୀ ବାଳିକାଙ୍କୁ ନେଇ ଜୁଭେନ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ଜରିଆରେ କିଶୋରୀ ଅବସ୍ଥାରେ ହେଉଥିବା ବିଭିନ୍ନ ଅପରାଧରୁ ବର୍ତିବା ସହ ସାଇବର ଠକାମୀରୁ ନିବୃତ ରହିବା ଲାଗି ସଚେତନତା ସୃଷ୍ଟି କରାଯାଇଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଡିଆ ଓ ଆଖପାଖ ଅଞ୍ଚଳର ୬୦ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ଓ ଅଙ୍ଗନବାଡ଼ୀ କର୍ମୀ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏଲଇଡି ଜରିଆରେ ପୋଲିସ ମହାନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସ୍ଥାନୀୟ ପୋଲିସ ବିଭିନ୍ନ ଭିଡିଓ, ଆଂଚଳିକ କାହାଣୀ ମାଧ୍ୟମରେ ମହିଳାଙ୍କ ସୁରକ୍ଷା, ସାଇବର ଅପରାଧ ସମ୍ବନ୍ଧୀୟ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଏସଏଫର ଆସିଷ୍ଟାଣ୍ଟ କମାଣ୍ଡର, ଏସଆଇ ନିରୋଦ କୁମାର ବାଘ ଓ ଏଏସଆଇ ଅନିଲ କୁମାର ମିଶ୍ର ସମେତ ପଡିଆ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।