May 14, 2026

ଆଙ୍କୁଲା ଗ୍ରାମ ଠାରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଠାକୁରାଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ସୁକମା ରାଜାଙ୍କ ଦ୍ୱାରା ସ୍ୱତନ୍ତ୍ର ଆଳତି ସହ ପୂଜାର୍ଚ୍ଚନା ଅନୁଷ୍ଠିତ..

IMG-20260508-WA0016
Share

 

କୋରାପୁଟ(ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଗୀର୍ଲ୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ମାଁ ଠାକୁରାଣୀ ଙ୍କ ନବ ନିର୍ମିତ ମନ୍ଦିର ଓ ଦେବତା ପ୍ରତିଷ୍ଠା ତଥା ଗ୍ରାମ ଶାନ୍ତି ମହାଯଜ୍ଞ ମହାଆଡ଼ମ୍ବର ସହ ଯଥା ଵିଧି କାର୍ଯ୍ୟସୁଚି ପ୍ରକାରେ ଗୁରୁବାର ସମାପନ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଶିବାର୍ଚ୍ଚନ, ମଣ୍ଡଳାଦିକରଣ, କାୟାଶୁଦ୍ଧି, ଦୀକ୍ଷା ଗ୍ରହଣ, ଅଙ୍କୁରରୋପଣ,

ଧ୍ୟାନ୍ୟାଧିବାସ, କଳସଯାତ୍ରା,

ସୂର୍ଯ୍ୟପୂଜା,ଗୋପୁଜା,ସାଲାପୂଜା, ସୌରାଗ୍ନୀ,ସଂସ୍କାର,ମହାସ୍ନାନ, ଗୁରୁପୂଜା, ପ୍ରତିଷ୍ଠା ବିହିତ ପୂଜା ସଙ୍ଗେ ବିଭିନ୍ନ ପ୍ରକାର ନୀତିକାନ୍ତି ସହିତ ପୂର୍ଣ୍ଣାହୁତି ହେବା ସଙ୍ଗେ ରାଜା ଶ୍ରୀମାନ କୁମାର ଜୟ ଦେବ ଓ ତାଙ୍କର ସୁପୁତ୍ର ଶ୍ରୀମାନ କୁମାର ବିଜିତ ଦେବ ଉପସ୍ଥିତ ରହି ମାଁ ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଳତି କରିଥିଲେ। ପ୍ରତିଦିନ ସନ୍ଧ୍ୟା ରେ ଭକ୍ତ ମାନଙ୍କ ନିମନ୍ତେ ମନୋରଞ୍ଜନ କାର୍ଯ୍ୟ ଚାଲୁ ରହିଥିଲା। ପ୍ରତିଷ୍ଠା ଉତ୍ସବରେ ସମାପନ ଦିବସରେ ଅନ୍ନ ପ୍ରସାଦ ବ୍ୟବସ୍ଥା ଆଙ୍କୁଲା ଗ୍ରାମବାସୀ ଙ୍କ ଦ୍ୱାରା କରାଯାଇଥିଲା।ରାତ୍ରିରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ସିଉନାଗୁଡା ଗ୍ରାମର କୈଳାସ ଗୁରୁ ଙ୍କ ପାରିବେଷିତ ନାଟକ ସୁଚିତ୍ରା ହରଣ ଲବଣାସୁର ବଦ୍ଧ ମଞ୍ଚସ୍ଥ କରାଯାଇଥିଲା। କୋଟପାଡ଼ ବିଧାୟକ ରୁପୁ ଭତ୍ରା,ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ଅନାମ ଦିଆନ, ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ବାବୁଲି ପାଣିଗ୍ରାହୀ, କୁରାମ ନାଥ ମାଝୀ, ମନୋଜ କୁମାର ବିଷୋୟୀ, ବିପିନ ବିହାରୀ ଚାଲାଣ, କେ ସି ସି ଉପାଧ୍ୟକ୍ଷା ଦୁରୁପତା ଭତରା, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଗୀତା ରାଣୀ ମାଝୀ, ସ୍ଥାନୀୟ ସରପଞ୍ଚ ଜଗମୋହନ ମାଝୀ ଙ୍କ ସମେତ ଆଖପାଖ ଅଞ୍ଚଳ ର ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ହୋଇଥିବାର ଜଣାଯାଇଛି।