May 14, 2026

ପାଥ୍ ଫାଉଣ୍ଡେସନ୍ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁରର ମିଳିତ ସ‌ହ‌ଯୋଗରେ ମେଗା ସ୍ଵାସ୍ଥ୍ୟ ଶିବିର 

IMG-20260506-WA0001
Share

 

ବ୍ରହ୍ମପୁର– ପାଥ୍‌ ଫାଉଣ୍ଡେସନ୍ ଓ ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁର ଦ୍ବାରା ନିମଖଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଏକ ବିରାଟ ସ୍ଵାସ୍ଥ୍ୟ ଶିବିର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାର୍ଥ ଫାଉଣ୍ଡେସନ୍‌ର ସଭାପତି ଜି. ଚନ୍ଦ୍ର ପାତ୍ର, ସଂପାଦକ, ମୂରଲୀଧର ପଟ୍ଟନାୟକ, କୋଷାଧ୍ୟକ ସନ୍ତୋଷ କୁମାର ରଥ ଓ ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁରର ସଭାପତି ଇ.ଭେଙ୍କଟ ଆନନ୍ଦ, ସଂପାଦକ ତାଙ୍ଗୁରୁ ରାହୁଲ୍ ଓ ଅନ୍ୟାନ୍ୟ ସହଯୋଗୀ ରୋଟାରିଆନ୍‌ମାନେ ଉପସ୍ଥିତ ଥିଲେ। ଏଥିରେ ଭେଷଜ ବିଭାଗରୁ ଡ଼କ୍ଟର ନିହାର ରଂଜନ ସାହୁ, ଡ଼କ୍ଟର ଏନ୍. ସନ୍ତୋଷ କୁମାର, ଡ଼କ୍ଟର ସଞ୍ଜିବ୍ ପାତ୍ର, ଅସ୍ଥିଶଲ୍ୟ ବିଭାଗର ଡ଼କ୍ଟର ଅର୍ଣ୍ଣବ ପାଳ, ଇନ୍‌ଟି ଡ଼କ୍ଟର ରଞ୍ଜିତ୍ କୁମାର ପାତ୍ର, ଦାନ୍ତ ବିଭାଗରୁ ଡ଼କ୍ଟର ମହେଶ ମହାପାତ୍ର ଓ ଡ଼କ୍ଟର ମନମୋହନ ରାଓ, ଡ଼କ୍ଟର ଇଶ୍ରୀତ୍ ଓ ଡ଼କ୍ଟର ବି.ରୂପା ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା ଯୋଗାଇଥିଲେ । ଏଥିରେ କାଳୁ ଚରଣ ମହାରଣା, ସଞ୍ଜୟ ସାହୁ, ସୁରେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ଗୋପାଳ ସାହୁ, ଡ଼ି. ଶିବରାମ, ସନ୍ତୋଷ ମହାରଣା, ନୀଳକଣ୍ଠ ସାହୁ, ଲକ୍ଷ୍ମଣ ସାହୁ, ସତୀଶ କୁମାର ସାହୁ, କୃଷ୍ଣ ଡ଼ାକୁଆ ଉପସ୍ଥିତ ରହିଥିଲେ ଏବଂ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏଥିରେ ଜି . ଜଗନ୍ନାଥପୁର ,ନିମଖଣ୍ଡି, ଲୋଚାପଡ଼ା, ବୋରିଗାଁ , ବି.ଜଗନ୍ନାଥପୁର , ମହୁଲପଲ୍ଲୀ , ଜଗଦଳପୁରର ପ୍ରାୟ ୮୦୦ ରୋଗୀ ଚିକିତ୍ସିତ ହୋଇଥିଲେ ଏବଂ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।